ଡ୍ୟୁଟିରେ ଥିବା ପୋଲିସକୁ ମାଡ଼ ମାରି ଏବେ ଜେଲରେ ମା’ଝିଅ

ବିନା ମାସ୍କରେ ବୁଲୁଥିବା ବେଳେ ଚାପୁଡ଼ା ମାରିଲା ପୋଲିସ୍ : ନିୟମ ଉଲ୍ଲଂଘନ କରି ଅନୁତପ୍ତ ହେବା ବଦଳରେ ପୋଲିସକୁ ସେକି ଦେଲେ ମହିଳା, ଏବେ ଜେଲରେ ମା’ଝିଅ

  • ବିନା ମାସ୍କରେ ବୁଲୁଥିଲେ ମହିଳା
  • ଅଟକାଇବାରୁ ମହିଳା ପୋଲିସକୁ ଚାପୁଡ଼ା ମାରିଲେ
  • ମା’ଝିଅକୁ ଜେଲ ପଠାଇଲା ପୋଲିସ୍

ସାଗର : କରୋନା ମହାମାରୀର ସଙ୍କଟ ସମୟରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ବିନା ମାସ୍କରେ ବୁଲୁଥିଲେ ମହିଳା ଓ ତାଙ୍କ ଝିଅ । ଲକଡାଉନ୍ ନିୟମ ଉଲଲଂଘନ କରୁଥିବା ଦେଖି ମା’ଝିଅଙ୍କୁ ଅଟକାଇଥିଲେ ମହିଳା ପୋଲିସ୍ ଏବଂ ମାସ୍କ ପିନ୍ଧିବା ପାଇଁ କହିଥିଲେ । ହେଲେ ଅମାନିଆଙ୍କ ପରି ପୋଲିସ ସହ ଯୁକ୍ତିତର୍କ ଆରମ୍ଭ କରିଦେଇଥିଲେ ମା’ଝିଅ । ଯୁକ୍ତିତର୍କ ବଢ଼ୁ ବଢ଼ୁ ସାବାଡ଼ କରିବାକୁ ଯାଇ ଜଣେ ମହିଳା ପୋଲିସ ଅମାନିଆ ମହିଳାଙ୍କୁ ଚାପୁଡ଼ା ମାରିଥିଲେ । ତେବେ ଏଇଠି କଥା ଆହୁରି ବଢ଼ି ଯାଇଥିିଲା । ମହିଳା ଜଣକ ନିଜର ଭୁଲ ହୃଦୟଙ୍ଗମ ନକରି ଓଲଟି ପୋଲିସକୁ ସେକି ଦେଇଛନ୍ତି । ଫଳରେ ଉଭୟଙ୍କୁ ଜେଲ ଯିବାକୁ ପଡ଼ିଛି । ଉତ୍ତରପ୍ରଦେଶର ସାଗର ଜିଲ୍ଲାରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସାଗର ରହଲି ଥାନାରେ ଅଞ୍ଚଳରେ ସଂକ୍ରମଣ ସମୟରେ ମାସ୍କ ନପିନ୍ଧି ଖାଲିରେ ରାସ୍ତାରେ ଚକ୍କର କାଟୁଥିଲେ ମା’ଝିଅ । ଏହା ଦେଖି ଚେକ୍ ପୋଷ୍ଟରେ ମୁତୟନ ଥିବା ପୋଲିସ ଉଭୟଙ୍କୁ ଅଟକାଇଥିଲେ ଏବଂ ମାସ୍କ କାହିଁକି ପିନ୍ଧିନାହଁ ବୋଲି ପଚାରିଥିଲେ । ତୁରନ୍ତ ମାସ୍କ ପିନ୍ଧିବା ପାଇଁ କହିବା ସହ ଚାଲାଣ କାଟିଥିଲେ । ଚାଲାଣ କଟାଯିବାରୁ ପୋଲିସ କର୍ମୀଙ୍କ ସହ ମା’ଝିଅଙ୍କର ବଚସା ହୋଇଥିଲା । ସେମାନେ ନିଜର ଭୁଲ ହୃଦୟଙ୍ଗମ ନକରିପାରି ଓଲଟି ପୋଲିସ ସହ ଦୁର୍ବ୍ୟବହାର କରିଥିଲେ । ଆଉ ସବୁଠାରୁ ଗୁରତ୍ୱପୂର୍ଣ୍ଣ କଥା ହେଲା ମହିଳା ଜଣକ କର୍ତ୍ତବ୍ୟରତ ମହିଳା ପୋଲିସଙ୍କ ଉପରକୁ ହାତ ମଧ୍ୟ ଉଠାଇଛନ୍ତି ।

ତେବେ ଏ ପ୍ରସଙ୍ଗରେ ସବ୍ ଇନ୍ସପେକ୍ଟର ଗୋପାଳ ଚୌବେ କହିଛନ୍ତି, କରୋନା କାରଣରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି । ରହଲି ଥାନାରେ ଅଞ୍ଚଳର ଗାନ୍ଧୀ ଛକରେ ଲୋକଙ୍କ ଚଳପ୍ରଚଳ ବଢ଼ୁଥିବାରୁ ପୋଲିସ ମୁତୟନ କରାଯାଇଛି । ତେବେ ପୋଲିସ ଚେକିଂ ସମୟରେ ମା’ଝିଅ ବିନା ମାସ୍କରେ ବୁଲୁଥିଲେ । ଚାଲାଣ କଟାଯିବାକୁ ସେମାନେ ପୋଲିସକୁ ଦୁର୍ବ୍ୟହାର କରିଥିଲେ ଏବଂ ମହିଳା କନେଷ୍ଟବଳକୁ ଚାପୁଡ଼ା ମାରିଛନ୍ତି । ଫଳରେ ଉଭୟଙ୍କୁ ଗିରଫ କରାଯାଇଛି । ତେବେ ଏହି ଘଟଣା ପରେ ୩୫୩, ୩୩୨, ୧୮୮,୨୬୯, ୨୭୦, ୫୧ ଧାରା ଅନୁସାରେ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରାଯିବ ।

You might also like