୧୪ ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ଅନ୍‌ଲାଇନ୍‌ ଗେମ୍‌ ମାଧ୍ୟମରେ ହୋଇଥିଲା ଫ୍ରେଣ୍ଡ୍‌ଶିପ୍‌

ଭୋପାଳ: ଜଣେ ୧୪ ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ ଓ ବ୍ଲାକ୍‌ମେଲିଂ କରିବା ଅଭିଯୋଗରେ ମଧ୍ୟପ୍ରଦେଶ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ୩ ଅଭିଯୁକ୍ତଙ୍କ ବୟସ ୧୮ରୁ ୧୯ ବର୍ଷ ମଧ୍ୟରେ ହେବବୋଲି ଜଣାପଡ଼ିଛି। ସେମାନଙ୍କର ଘର ରମ୍ଭା ନଗର ଅଞ୍ଚଳରେ।

୩ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଏସି ମେକାନିକ୍‌, ଜଣେ ପେଣ୍ଟର ଓ ଆଉ ଜଣେ ଆର୍କିଟେକ୍ଟ୍‌ ବୋଲି ଜଣାପଡ଼ିଛି।ଅନ୍‌ଲାଇନ୍‌ ଗେମ୍ PUBG‌ ମାଧ୍ୟମରେ ଏହି ୩ ଯୁବକଙ୍କ ସହ ନାବାଳିକାଙ୍କର ବନ୍ଧୁତ୍ୱ ସ୍ଥାପନ ହୋଇଥିଲା ବୋଲି ଜଣାପଡ଼ିଛି।

ପୋଲିସ୍‌ ସୂଚନା ଅନୁସାରେ, ଅନ୍‌ଲାଇନ୍‌ ଗେମ୍‌ ମାଧ୍ୟମରେ ଏହି ୩ ଯୁବକଙ୍କ ସହ ନାବାଳିକାଙ୍କର ବନ୍ଧୁତ୍ୱ ସ୍ଥାପନ ହୋଇଥିଲା। ଏହାପରେ ଏମାନଙ୍କ ମଧ୍ୟରେ ଫୋନ୍‌ ନମ୍ବର ଆଦାନପ୍ରଦାନ ହୋଇଥିଲା। ସେପ୍ଟେମ୍ବରରେ ଅଶୋକ ଗାର୍ଡେନରେ ନାବାଳିକାଙ୍କ ସହ ଏହି ୩ ଯୁବକଙ୍କ ଭେଟ ହୋଇଥିଲା ଓ ଏହାପରେ ସେମାନେ ନାବାଳିକାଙ୍କ ସହ ଦୁଷ୍କର୍ମ କରିବା ସହ ଆପତ୍ତିଜନକ ଭିଡିଓ ଉଠାଇଥିଲେ ବୋଲି ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଏହି ଘଟଣା ପରେ ଅଭିଯୁକ୍ତମାନେ ସମ୍ପୃକ୍ତ ନାବାଳିକାଙ୍କୁ ବ୍ଲାକ୍‌ମେଲ୍‌ କରିବା ସହ ୨ରୁ ୩ଥର ନାବାଳିକାଙ୍କ ସହ ଯୋଗାଯୋଗ ମଧ୍ୟ କରିଥିଲେ। ଏପରିକି ନାବାଳିକାଙ୍କୁ ସେମାନେ ଧମକ ଚମକ ମଧ୍ୟ ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ଏହି ଘଟଣା ପୁନର୍ବାର ଏମ୍‌ପି ନଗରରେ ମଧ୍ୟ ଘଟିଥିଲା। ଏହାପରେ ନାବାଳିକା ଜଣକ ଏସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକ ପୋଲିସ୍‌ରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ କରାଯାଇ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ

ପୁଲଓ୍ୱାମା ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି

‘ଭାରତ ଉପରେ ଆଖି ପକାଇଲେ ଉଚିତ୍ ଜବାବ ଦେବୁ’

କ୍ଷଣିକ ଭିତରେ ହୋଇଗଲା ଛାରଖାର…ମାଟିରେ ମିଶିଗଲା ସବୁକିଛି

ରାସ୍ତା ଉପରେ ଆଇଟିବିପି ସେନାଙ୍କୁ ସାଲ୍ୟୁଟ୍‌ ମାରୁଥିବା ପିଲାକୁ ଅଢେଇ ଲକ୍ଷ ଟଙ୍କା ଦେଲେ ବିଜେପି ସାଂସଦ

ଭୂମିକମ୍ପ ଓ ସୁନାମିରେ ୧୭ ମୃତ, ୭୦୦ରୁ ଅଧିକ ଆହତ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

You might also like