ସରିଲା ମଧ୍ୟପ୍ରଦେଶ ଓ ମିଜୋରାମ ବିଧାନସଭା ନିର୍ବାଚନ, ୧୧ରେ ଗଣତି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଓ ମିଜୋରାମରେ ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ଶେଷ ହୋଇଛି। ଏହି ଦୁଇ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ ହୋଇଛି। ମଧ୍ୟପ୍ରଦେଶରେ ୨୩୦ ଆସନ ପାଇଁ ଭୋଟ ନିଆଯାଇଥିଲା। ଏଠାରେ ୭୪.୬ ପ୍ରତିଶତ ମତଦାନ ହୋଇଛି। ଏଠାରେ ମତଦାନ ସକାଳ ୮ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିଥିଲା। କିଛି ମାଓ ଅଧ୍ୟୁଷିତ ଅଞ୍ଚଳରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ କଂଗ୍ରେସର କମଳନାଥ,ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ୨୯୦୭ ଜଣଙ୍କ ଭାଗ୍ୟ ଇଭିଏଣ୍‌ରେ ସିଲ୍‌ ହୋଇଛି।

ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି ମତଦାନ। ମଧ୍ୟପ୍ରଦେଶରେ ମୁଖ୍ୟତଃ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହୋଇଛି।

ସେହିପରି ମିଜୋରାମ ବିଧାନସଭାର ୪୦ ଆସନ ଲାଗି ଭୋଟ ଗ୍ରହଣ ଶେଷ ହୋଇଛି। ଏଠାରେ ୭୫ ପ୍ରତିଶତରୁ ଅଧିକ ମତଦାନ ହୋଇଛି। ତେବେ ଏଠାରେ ମଧ୍ୟ ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଗ୍ରହଣ ଶେଷ ହୋଇଛି।

ଇଭିଏମ୍‌ରେ ସିଲ୍ ହୋଇଛି ୨୦୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ। ମିଜୋରାମରେ ୫ ଥର ମୁଖ୍ୟମନ୍ତ୍ରୀ ଥିବା ଲାଲ୍ ଥନ୍‌ହାୱଲା ଏଥର ସେର୍ଚିପ୍ ଓ ଚମ୍ଫାଇ ସାଉଥ ଆସନରୁ ଲଢୁଛନ୍ତି। ଦୁଇ ରାଜ୍ୟର ଶେଷ ହୋଇଥିବା ବିଧାନସଭା ନିର୍ବାଚନର ଆସନ୍ତା ୧୧ ତାରିଖରେ ହେବ ଭୋଟ ଗଣତି।

 

 

You might also like