ଲଭ୍‌ ଜିହାଦ ବିରୋଧରେ କଡ଼ା ଆଇନ୍‌ ଆଣିବ ମଧ୍ୟପ୍ରଦେଶ

ନୂଆଦିଲ୍ଲୀ: ଲଭ୍ ଜିହାଦ ବିପକ୍ଷରେ କଡ଼ା ଆଇନ୍ ଆଣିବାକୁ ବିଚାର କରୁଛନ୍ତି ମଧ୍ୟପ୍ରଦେଶ ସରକାର। ଏନେଇ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି। ନୂଆ ଆଇନ୍‌ରେ ଲଭ୍ ଜିହାଦ ମାମଲା ଜାମିନ ବିହୀନ ହେବ ବୋଲି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ମଙ୍ଗଳବାର ଏନେଇ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ‘’ଆମେ ଖୁବ୍‌ଶୀଘ୍ର ରାଜ୍ୟ ବିଧାନସଭାରେ ‘ମଧ୍ୟପ୍ରଦେଶ ଧାର୍ମିକ ସ୍ୱାଧିନତା ବିଲ୍ 2020’ ଆଣିବାକୁ ପ୍ରସ୍ତୁତି କରୁଛୁ। ଏହି ଅଧିନରେ ୫ ବର୍ଷ ଜେଲ୍‌ ଦଣ୍ଡ ସହିତ ‘ଲଭ୍‌ ଜିହାଦ’କୁ ଜାମିନ ବିହୀନ ଅପରାଧ ବୋଲି ବିଚାର କରାଯିବ।’’

ନରୋତ୍ତମ ମିଶ୍ର କହିଛନ୍ତି ଯେ ଆଗାମୀ ବିଧାନସଭା ଅଧିବେଶନରେ ଶିବରାଜ ଚୌହ୍ୱାନ ସରକାର ଲଭ୍ ଜିହାଦକୁ ଚେକ୍ ଦେବାକୁ ଏକ ଧର୍ମନିରପେକ୍ଷ ଆଇନ୍ ଆଣିବେ। ଅହି ଆଇନ ଅନୁସାରେ, ଯେଉଁମାନେ ଲଭ୍ ଜିହାଦ ପାଇଁ ସାହାଯ୍ୟ କରିବେ ସେମାନେ ନୂଆ ନିୟମ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେବେ, ଏବଂ ସେହି ଅନୁଯାୟୀ ଦଣ୍ଡିତ ହେବେ। କେବଳ ସେତିକି ନୁହେଁ, ଗୋଟିଏ ଧର୍ମରୁ ଅନ୍ୟ ଧର୍ମକୁ ବିବାହ କଲେ ଯଦି ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଏ ତେବେ ସେମାନେ ବି ଏହି ଆଣ୍ଟି ଲଭ- ଜିହାଦ୍ ଆଇନ୍‌ ଅନୁସାରେ ଦଣ୍ଡିତ ହେବେ। ସେହିପରି ଯଦି କୌଣସି ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ଧର୍ମ ପରିବର୍ତ୍ତନ କରିବାକୁ ଚାହିଁ ବି ତେବେ ସେମାନେ ଗୋଟିଏ ମାସ ପୂର୍ବରୁ ଜିଲ୍ଲାପାଳ ଅଫିସ୍‌ରେ ଆବେଦନ ପତ୍ର ଦେଇପାରିବେ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ତେବେ ଏହା ପୂର୍ବରୁ ହିମାଚଳ ପ୍ରଦେଶ ଆଣ୍ଟି ଲଭ୍ ଜିହାଦ ଆଇନ୍‌ ଆଣିସାରିଥିବା ବେଳେ ଉତ୍ତର ପ୍ରଦେଶ, କର୍ଣ୍ଣାଟକ ଏବଂ ହରିଆଣା ରାଜ୍ୟଗୁଡ଼ିକ ମଧ୍ୟ ଏଭଳି ନିୟମ ଆଣିବାକୁ ଯୋଜନା କରୁଛନ୍ତି ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ସୂଚନା ଥାଉକି କିଛି ସପ୍ତାହ ତଳେ ହରିଆଣାର ଗୃହମନ୍ତ୍ରୀ ଅନୀଲ ଭିଜ୍ ମଧ୍ୟ ବିଧାନସଭାରେ ଆଣ୍ଟି ଲଭ୍ ଜିହାଦ ବିଲ୍ ଆଣିବାକୁ କହିଥିଲେ। ଏଥିପାଇଁ ହିମାଚଳ ପ୍ରଦେଶରୁ ସୂଚନା ମଗାଯାଇଥିବା ବିଧାନସଭାରେ କହିଥିଲେ ଅନୀଲ। ଗତବର୍ଷ ବିମାଚଳ ପ୍ରଦେଶ ବିଧାନସଭାରେ ମଧ୍ୟ ଜବରଦସ୍ତି ଧର୍ମପରିବର୍ତ୍ତନ ବିରୋଧରେ ବିଲ୍ ପାସ୍ ହୋଇଛି।

 

ଆହୁରି ପଢ଼ନ୍ତୁ

କୋଭିଡ୍‌ ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ଚାଲିଗଲା ୫ କରୋନା ଆକ୍ରାନ୍ତଙ୍କ ଜୀବନ

ପରଲୋକରେ ଭାରତର ସଫ୍ଟୱେୟର ଇଣ୍ଡଷ୍ଟ୍ରୀ ଜନକ ଏଫ୍‌ସି କୋହଲି

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

You might also like