ଛାତ ଉପରେ ଉଡ଼ିଲା ପାକିସ୍ତାନ ପତାକା; ଘର ମାଲିକ ଗିରଫ

ଭୋପାଳ:ମଧ୍ୟପ୍ରଦେଶର ଦେବାସ ଅଞ୍ଚଳରେ ଜଣଙ୍କ ଘର ଛାତ ଉପରେ ଉଡ଼ୁଥିଲା ପାକିସ୍ତାନ ପତାକା । ଏହି ଘଟଣା ଜଣାପଡ଼ିବା ପରେ ପୋଲିସ ଘର ମାଲିକଙ୍କୁ ଗିରଫ କରିଛି। ଘର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ପୋଲିସ ତାଙ୍କୁ ଜେରା କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶ ଦେବାସ ଅଞ୍ଚଳର ଶିପ୍ରା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘର ଛାତ ଉପରେ ପତାକା ଉଡୁଥିବା ଖବର ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଖବର ପାଇବା ପରେ ପ୍ରଶାସନିକ ସ୍ତରରେ ହଇଚଇ  ସୃଷ୍ଟି ହୋଇଯାଇଥିଲା। ଏହାପରେ ପ୍ରଶାସନ ସଂପୃକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚିଥିଲା। ପରେ ସ୍ଥାନୀୟ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା।

ଘର ମାଲକଙ୍କ ନାମ ଫାରୁଖ ଖାଁ । ପୋଲିସ ତାଙ୍କ ବିରୋଧରେ ଧରା ୧୫୩A ଅନୁସାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୋଲିସ ଏହି ପତାକା ଜବତ କରିଛି । କୁହାଯାଉଛି, ଏହି ପତାକା ଫାରୁକ୍‌ଙ୍କ ପୁଅ ଲଗାଇଛନ୍ତି।  ତେବେ ଏହି ପତାକା କେଉଁଠୁ ଆସିଲା ଏବଂ କିଏ ଆଣିଲା ସେ ନେଇ ପଚରାଉଚରା ଜାରି ରଖିଛି।

 

You might also like