ମଧ୍ୟପ୍ରଦେଶରେ ଶପଥ ନେଲେ ୨୮ଜଣ ମନ୍ତ୍ରୀ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ ଉତ୍ସବରେ ୨୮ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ୧୭ ତାରିଖରେ ଏକୁଟିଆ କମଲନାଥ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଆଜି ଅନ୍ୟ ୨୮ ଜଣ ମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି। ଦଳର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦିଗବିଜୟ ସିଂହଙ୍କ ସହିତ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଛି।

କମଲନାଥଙ୍କ ୧୧, ଦିଗବିଜୟଙ୍କ ୯ ଏବଂ ସିନ୍ଧିଆଙ୍କ ସହିତ ୭ ଜଣ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଛି। ଯେଉଁଥିରେ ବିଧାୟିକା ବିଜୟଲକ୍ଷ୍ମୀ ସାଦ୍ଧୋ, ବିଧାୟକ ସଜ୍ଜନ୍ ସିଂହ ବର୍ମା, ହୁକୁମ ସିଂହ କାରାଡା ପ୍ରମୁଖ ଶପଥ ପାଠ କରିଛନ୍ତି। ଏହାସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ପୁଅ ଜୟବର୍ଦ୍ଧନ ସିଂହଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିଛି। ଆଜି ଜୟବର୍ଦ୍ଧନ ବି ଶପଥ ପାଠ କରିଛନ୍ତି।

You might also like