MP Cabinet Expansion:ଶିବରାଜ ସିଂହଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ସିନ୍ଧିଆଙ୍କ ଦବଦବା

ଭୋପାଳ: ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହାନ୍ ସରକାରଙ୍କ ମନ୍ତ୍ରୀମଣ୍ଡଳର ଗୁରୁବାର ସମ୍ପ୍ରସାରଣ କରାଯାଇଛି। ମଧ୍ୟପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ରାଜଭବନରେ ମୋଟ ୨୮ ନୂଆ ମନ୍ତ୍ରୀଙ୍କୁ ଶପଥ ଗ୍ରହଣ କରାଇଛନ୍ତି। ଏଥିରୁ ୨୦ଜଣ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି। ତେବେ ମନ୍ତ୍ରୀମଣ୍ଡଳରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକଙ୍କ ଦବଦବା ଦେଖିବାକୁ ମିଳିଛି। ସିନ୍ଧିଆଙ୍କ ସମର୍ଥକଙ୍କ ୧୦ ବିଧାୟକଙ୍କୁ ମନ୍ତ୍ରୀ କରାଯାଇଛି।

ଶପଥ ନେଇଥିବା ପ୍ରମୁଖ ମନ୍ତ୍ରୀଙ୍କ ମଧ୍ୟରେ କମଲନାଥ ସରକାରଙ୍କ ସମୟରେ ପ୍ରତିପକ୍ଷ ନେତା ଥିବା ଗୋପାଳ ଭାର୍ଗବ, ବିଜୟ ଶାହ, ଜଗଦୀଶ ଦେଓରା, ଯଶୋଧରା ରାଜେ ସିନ୍ଧିଆ, ଭୂପେନ୍ଦ୍ର ସିଂହ ଓ ବିଶ୍ୱାସ ସାରଙ୍ଗ ସାମିଲ୍ ଅଛନ୍ତି।

ସିନ୍ଧିଆଙ୍କ ସମର୍ଥକଙ୍କ ମଧ୍ୟରୁ ଯେଉଁମାନେ ମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି, ସେମାନେ ହେଲେ ଇମର୍ତୀ ଦେବୀ, ପ୍ରଭୁରାମ ଚୌଧୁରୀ, ମହେନ୍ଦ୍ର ସିଂହ ସିସୋଦିଆ। ମଧ୍ୟପ୍ରଦେଶର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ଅସୁସ୍ଥ ହେବା କାରଣରୁ ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ୍ ପଟେଲଙ୍କୁ ମଧ୍ୟପ୍ରଦେଶର ଅନ୍ତରୀଣ ରାଜ୍ୟପାଳ ଦାୟିତ୍ୱ ଦିଆଯାଇଛି। ଆଜି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସହ ଶିବରାଜ ସିଂହଙ୍କ କ୍ୟାବିନେଟରେ ମନ୍ତ୍ରୀଙ୍କ ସଂଖ୍ୟା ୩୩ରେ ପହଞ୍ଚିଯାଇଛି। ଶିବରାଜ ସିଂହ ଚୌହାନଙ୍କ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ସମୟରେ ତାଙ୍କ ସହ ୫ଜଣ ମନ୍ତ୍ରୀ ଶପଥ ନେଇଥିଲେ।

ଗୁରୁବାର ଯେଉଁ ନେତାମାନେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି, ସେଥିରେ ଗୋପାଳ ଭାର୍ଗବ, ବିଜୟ ଶାହ, ଜଗଦୀଶ ଦେଓରା, ବିସାହୁଲାଲ୍ ସିଂହ, ଯଶୋଧାରା ରାଜେ ସିନ୍ଧିଆ, ଭୂପେନ୍ଦ୍ର ସିଂହ, ଆଦାଲ୍ ସିଂହ କାନସାନା, ବ୍ରିଜେନ୍ଦ୍ର ପ୍ରତାପ ସିଂହ, ବିଶ୍ୱାସ ସାରଙ୍ଗ, ଇମର୍ତୀ ଦେବୀ, ଡ. ପ୍ରଭୁରାମ ଚୌଧୁରୀ, ମହେନ୍ଦ୍ର ସିଂହ ସିସୋଦିଆ, ପ୍ରଦୁମନ୍ ସିଂହ ତୋମାର, ପ୍ରେମ ସିଂହ ପଟେଲ୍, ଓମ୍ ପ୍ରକାଶ ସାକଲେଚା, ଉଷା ଠାକୁର, ଅରବିନ୍ଦ ଭଦୋରିୟା, ଡ. ମୋହନ ଯାଦବ, ହରଦୀପ ସିଂହ ଡାଙ୍ଗ, ରାଜବର୍ଦ୍ଧନ ସିଂହ ପ୍ରେମସିଂହ ଦାତିଗାଁ। ଏମାନେ ସମସ୍ତେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବେ ଭରତ ସିଂହ କୁଶୱାହା, ଇନ୍ଦର ସିଂହ ପରମାର, ରାମ ଖେଲୱାନ୍ ପଟେଲ, ରାମକିଶୋର କନୱରେ, ବ୍ରିଜେନ୍ଦ୍ର ସିଂହ ଯାଦବ, ଗିରିରାଜ ଦାଣ୍ଡୋଟିୟା, ସୁରେଶ ଧାକଡ୍ ଓ ଓପିଏସ୍ ଭଦୋରିୟା ଶପଥ ନେଇଛନ୍ତି।

You might also like