ଘର ବାହୁଡା ଶ୍ରମିକଙ୍କ ଦୁଃଖ: ଟ୍ରକ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଜାଲନା ଓ ଔରଙ୍ଗାବାଦ ମଝିରେ ଟ୍ରେନରେ କଟି ୧୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାର ଦୁଃଖ  ମନରୁ  ଲିଭିନି।  ଏହାର ଦୁଇ ଦିନ ପରେ ଆଉ ଏକ ଦୁଖଦ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ଲକଡାଉନ ଯୋଗୁଁ ରୋଜଗାର ହରାଇ ଫସି ରହିଥିବା ୫ ଜଣ ଶ୍ରମିକ ବଞ୍ଚିବା ପାଇଁ ଘରକୁ ଫେରୁଥିବାବେଳେ ଟ୍ରକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।  ୧୫ ଜଣ ଶ୍ରମିକ ଆହତ ହୋଇଛନ୍ତି।

ତେଲଙ୍ଗାନାର ହାଇଦ୍ରାବାଦରେ କାମ କରୁଥିବା ଏହି ଶ୍ରମିକମାନେ ମଧ୍ୟପ୍ରଦେଶର ଝାନସି ଓ ଉତ୍ତରପ୍ରଦେଶର ସୀମାବର୍ତ୍ତୀ ଅଞ୍ଚଳରୁ ଏମାନେ ଚାଲିଚାଲି ଆସୁଥିଲେ।  ହାଇଦ୍ରାବାଦରୁ କିଛି ବାଟ  ଆସିବା ପରେ ଗୋଟିଏ ଆମ୍ବ ବୋଝେଇ ଟ୍ରକରେ ଆସିଲେ।

ତେବେ ଗତ ରାତିରେ ଭୋପାଳଠାରୁ ୨୦୦ କିଲୋମିଟର ପୂର୍ବରୁ ନରସିଂଗପୁର ଗାଁ ପାଖରେ ଟ୍ରକଟି ଓଲଟି ପଡ଼ିଥିଲା।  ଆହତ ୧୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସମସ୍ତଙ୍କର କରୋନା ଆକ୍ରାନ୍ତଙ୍କ ନମୂନା ପରୀକ୍ଷା ହୋଇଥିବାବେଳେ ଜଣଙ୍କଠାରେ ଲକ୍ଷଣ ଦେଖାଦେଇଛି ।

ସୂଚନାଥାଉ କି, ଦୁଇ ଦିନ ତଳେ ଔରଙ୍ଗାବାଦରେ ପ୍ରାଣ ହରାଇଥିବା ଶ୍ରମିକମାନେ ମଧ୍ୟ ମଧ୍ୟପ୍ରଦେଶର ଭୁଷବଲ ଅଞ୍ଚଳର ଥିଲେ। ସେମାନେ ଚାଲି ଚାଲି ଯାଉଥିବାବେଳେ ଥକି ଯାଇ ରେଳ ଧାରଣାରେ ଶୋଇ ପଡ଼ିଥିଲେ। ଏକ ମାଲବାହୀ ଟ୍ରେନ ଚଢିଯିବାରୁ ଏମାନଙ୍କର ମୃତ୍ୟୁ ଘଟିଥିଲା।

ଆହୁରି ପଢ଼ନ୍ତୁ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

You might also like