କ୍ଲୋରୋକ୍ୱିନ୍‌ ଔଷଧ ଖାଇବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ କି?

ନୂଆଦିଲ୍ଲୀ: ସମସ୍ତଙ୍କ ପାଇଁ ସୁରକ୍ଷିତ ନୁହେଁ ହାଇଡ୍ରକ୍ସି କ୍ଲୋରୋକ୍ୱିନ୍ ଔଷଧ। କରୋନା ଭୟରେ ମନଇଚ୍ଛା ସମସ୍ତେ ଏହାକୁ ଖାଇବା ଉଚିତ ନୁହେଁ ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

ମନ୍ତ୍ରାଳୟର ଯୁଗ୍ମ ସଚିବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କେଉଁମାନେ ଏହି ହାଇଡ୍ରକ୍ସି କ୍ଲୋରୋକ୍ୱିନ୍ ଖାଇବେ ସେନେଇ ନିର୍ଦ୍ଦିଷ୍ଟ ନିୟମ ରହିଛି। କେବଳ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତରମାନେ ଏହା ଖାଇପାରିବେ।

ସବୁ ଔଷଧ ଭଳି ଏହାର ମଧ୍ୟ ପାର୍ଶ୍ୱପ୍ରତିକ୍ରିୟା ରହିଥିବାରୁ, ଡାକ୍ତରଙ୍କ ବିନା ପରାମର୍ଶରେ ଏହା ଖାଇବା ବିପଜ୍ଜନକ ହୋଇପାରେ ବୋଲି ସେ କହିଛନ୍ତି। ହୃଦରୋଗ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଏହା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ

You might also like