ମେ’ ୨୬ରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ

  • ମେ’ ୨୬ରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ
  • ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଭାରତରେ ଉପଛାୟା ଭଳି ଦେଖାଯିବ
  • ଏହି ଦିନ ବୈଶାଖ ପୂର୍ଣ୍ଣିମା ପଡୁଥିବାରୁ, ଏହି ଚନ୍ଦ୍ର ଗ୍ରହଣ ବହୁତ ଖାସ୍‌ ବୋଲି କୁହାଯାଉଛି

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ମେ’ ୨୬ରେ ଲାଗିବ। ଏହି ଦିନ ବୈଶାଖ ପୂର୍ଣ୍ଣିମା ପଡୁଥିବାରୁ, ଏହି ଚନ୍ଦ୍ର ଗ୍ରହଣ ବହୁତ ଖାସ୍‌ ବୋଲି କୁହାଯାଉଛି। ଚଳିତ ବର୍ଷର ଏହି ପ୍ରଥମ ଚନ୍ଦ୍ର ଗ୍ରହଣ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବ। ହେଲେ ଭାରତରେ ଏହି ଚନ୍ଦ୍ର ଗ୍ରହଣ ଉପଛାୟା ଭଳି ଦେଖାଯିବ। ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ଲାଲ ଓ କମଳା ରଙ୍ଗ ଦେଖା ଯାଉଥିବାରୁ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣକୁ ବ୍ଲଡ ମୁନ କୁହାଯାଇଥାଏ।

ଗ୍ରହଣର ବୈଜ୍ଞାନିକ ମହତ୍ତ୍ୱ ସହ ଧାର୍ମିକ ଓ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହାର ମହତ୍ତ୍ୱ ରହିଛି। ଧାର୍ମିକ ବିଶ୍ୱାସ ଅନୁସାରେ, ଗ୍ରହଣକୁ ଅଶୁଭ ବୋଲି କୁହାଯାଇ ଥାଏ। ଏଥିପାଇଁ ଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ ହୁଏ ନାହିଁ।

ଭାରତୀୟ ସମୟ ଅନୁସାରେ, ମେ’ ୨୬ ତାରିଖ ଅପରାହ୍ନ ୨ଟା ୧୭ ମିନିଟରେ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ୧୯ରେ ସରିବ।

ଚଳିତ ବର୍ଷର ଏହି ପ୍ରଥମ ଚନ୍ଦ୍ର ଗ୍ରହଣ ଉତ୍ତର ଓ ଦକ୍ଷିଣ ଆମେରିକା, ଉତ୍ତର ୟୁରୋପ, ପୂର୍ବ ଏସିଆ, ଅଷ୍ଟ୍ରେଲିଆ, ଆଣ୍ଟଲାଟିକ, ଭାରତ ମହାସାଗର, Antarctica ଓ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଦେଖିବାକୁ ମିଳିବ। ହେଲେ ଭାରତରେ ଏହି ଚନ୍ଦ୍ର ଗ୍ରହଣ ଉପଛାୟା ଭଳି ଦେଖାଯିବ। ଏହାପରେ ପରବର୍ତ୍ତୀ ଚନ୍ଦ୍ର ଗ୍ରହଣ ୨୦୨୨ ମସିହା ମେ’ ୧୬ରେ ପଡ଼ିବ। ହେଲେ ଏହା ଭାରତୀୟ ଉପମହାଦେଶରେ ଦୃଶ୍ୟମାନ ହେବ ନାହିଁ। କିନ୍ତୁ ୨୦୨୨ ମସିହା ନଭେମ୍ବର ୮ରେ ଯେଉଁ ଚନ୍ଦ୍ର ଗ୍ରହଣ ଲାଗିବ, ତାହା ଭାରତରେ ଦୃଶ୍ୟମାନ ହେବ।

ଚନ୍ଦ୍ର ଗ୍ରହଣ ସାଧାରଣତଃ ୩ ପ୍ରକାରର ଯଥା- ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ, ଆଂଶିକ ଚନ୍ଦ୍ର ଗ୍ରହଣ ଏବଂ ଉପଛାୟା ଚନ୍ଦ୍ର ଗ୍ରହଣ। ସୂର୍ଯ୍ୟ, ଚନ୍ଦ୍ର  ମଝିରେ ପୃଥିବୀ ରହିବ କିନ୍ତୁ ଗୋଟିଏ ରେଖାରେ ନ ରହିଲେ ସେହି ଚନ୍ଦ୍ର ଗ୍ରହଣକୁ ଉପଛାୟା ଗ୍ରହଣ କୁହାଯାଏ। ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଭାରତରେ ଉପଛାୟା ଭଳି ଦେଖାଯିବ।

You might also like