ଦୁର୍ଘଟଣାରୁ ଦୁଇଥର ରକ୍ଷା ପାଇଲା ବିମାନ

ମୁମ୍ବାଇ: ଦୁର୍ଘଟଣାରୁ ଦ୍ୱିତୀୟ ଥର ପାଇଁ ରକ୍ଷା ପାଇଗଲା ଏୟାର ଏସିଆର ଫ୍ଲାଇଟ୍‌। ଶନିବାର ସକାଳେ ଏହି ଫ୍ଲାଇଟ୍‌ ମୁମ୍ବାଇ ଅଭିମୁଖେ ଆସୁଥିବା ବେଳେ ଟେକ୍‌ଅଫ୍ କରୁଥିବା ସମୟରେ ଏକ ପକ୍ଷୀ ପିଟି ହୋଇଯିବାରୁ ଫ୍ଲାଇଟ୍‌ଟି ରାଞ୍ଚି ବିମାନ ବନ୍ଦରରେ ଅଟକି ରହିଯାଇଥିଲା। ଏହାର କିଛି ଘଣ୍ଟା ପରେ ବିମାନଟି ପୁଣିଥରେ ଟେକ୍‌ଅଫ୍‌ କରିବାକୁ ବାହାରିଥିବା ବେଳେ ଯାନ୍ତ୍ରିକ ସମସ୍ୟା ଦେଖା ଦେଇଥିଲା।

ଏୟାର ଏସିଆର i5-632 ବିମାନଟି ଆଜି  ସକାଳେ ୧୭୬ ଜଣ ଯାତ୍ରୀଙ୍କୁ ଧରି ରାଞ୍ଚିରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିବାର ଥିଲା। ବିମାନ ଟି ଟେକ୍ଅଫ୍‌ କଲା ବେଳେ ହଠାତ୍ ଏକ ପକ୍ଷୀ ପିଟି ହୋଇଯାଇଥିଲା। ଫଳରେ ବିମାନଟି ଉଡ଼ାଣ ନ ଭରି ରାଞ୍ଚି ଏୟାରପୋର୍ଟରେ ଅଟକି ଯାଇଥିଲା। ଏହାପରେ କର୍ତ୍ତୃପକ୍ଷ ଦ୍ୱାରା ବିମାନଟି ଭଲଭାବରେ ଚେକ୍‌ କରାଯିବା ପରେ ପୁଣି ଥରେ ସନ୍ଧ୍ୟାରେ ଉଡ଼ାଣ ଭରିବାକୁ ଟେକ୍ଅଫ୍‌ କଲାବେଳକୁ ଯାନ୍ତ୍ରୀକ ତ୍ରୁଟି ଦେଖାଇ ଦେଇଥିଲା। ଦ୍ୱିତୀୟ ଥର ପାଇଁ ବି ବିମାନଟି ନ ଉଡ଼ିପାରି ଏୟାରପୋର୍ଟରେ ଅଟକି ରହିଛି।

ଗତକାଲି ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ କେରଳ କୋଝିକୋଡ଼େର କରିପୁର ଏୟାରପୋର୍ଟରେ କ୍ରାସ୍‌ ଲ୍ୟାଣ୍ଡି ହୋଇଥିଲେ। ରନ୍‌ୱେରେ ଥିବା ୩୦ ଫୁଟ୍‌ର ଏକ ଖାଲରେ ପଡ଼ିଯିବାରୁ ବିମାନଟିର ଆଗ ଓ ପଛ ପୂରା ଖଣ୍ଡବିଖଣ୍ଡିତ ହୋଇଥିଲା। ଏଥିରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିଲେ। ମୃତକଙ୍କ ପରିବାର ପାଇଁ କେରଳ ସରକାର ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।

 

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like