ପଶୁ ପ୍ରେମୀ ମଣିଷ…..ପୋଷା କୁକୁର ପାଇଁ ଏମିତି କାମ କଲେ, ଯାହାକୁ ନେଇ ଚାଲିଛି ଚର୍ଚ୍ଚା

ଦେଶର ଭାଗ୍ୟବାନ କୁକୁର

ଲକ୍ଷ୍ନୌ: କୁକୁରର ଦାୟିତ୍ୱ ବୁଝିବ ରୋବର୍ଟ। ହୁଏତ ଏହି ଘଟଣା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ, ଆଉ ଆପଣ ଚିନ୍ତା କରୁଥିବେ କି ଆଜିକାଲି ସମୟରେ କାହା ପାଖରେ ଏତେ ଟଙ୍କା ରହିଛି ଯେ, କୁକୁର ପାଇଁ ରୋବର୍ଟ ବ୍ୟବସ୍ଥା କଲେ। ତେବେ ପୂର୍ବରୁ ହୋଟେଲ୍‌, ମଲ୍‌ ଆଦି ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିବା ପାଇଁ ରୋବର୍ଟ ବ୍ୟବହାର କରାଯାଇଥିବା ଖବର ଆପଣଙ୍କ ପାଖରେ ଥିବ ନିଶ୍ଚୟ। ହେଲେ କେବେ କୌଣସି ଦିବ୍ୟାଙ୍ଗ ପଶୁଙ୍କ ପାଇଁ ରୋବର୍ଟ ବାହାରିବା କଥା ଆପଣ ଶୁଣିନଥିବେ। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଏମିତି ଗୋଟିଏ ଭାଗ୍ୟବାନ କୁକୁର ଅଛି ଯାହା ପାଇଁ ମାଲିକ ଜଣକ ରୋବର୍ଟ ତିଆରି କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, କୁକୁରଟିକୁ ଲକ୍‌ଡାଉନ୍‌ ସମୟରେ ମିଲିନ୍ଦ ରାଜ ନାମକ ଜଣେ ରୋବର୍ଟ କାରିଗର ପ୍ରଥମେ ଉଦ୍ଧାର କରିିଥିଲେ। କିନ୍ତୁ ଉଦ୍ଧାର ସମୟରେ କୁକୁରଟି ଲୋକଙ୍କଠାରୁ ମାଡ ଖାଇ ଖାଇ ନିଜର ଦୃଷ୍ଟି ଓ ଶୁଣିବା ଶକ୍ତି ହରାଇଥିଲା। କୁକୁରଟି ଏତେ ମାତ୍ରାରେ ଡ଼ରିଯାଇଥିଲା ଯେ, ରାଜଙ୍କ ବ୍ୟତୀତ ଆଉ କାହା ପାଖକୁ ସେ ଯାଉନଥିଲା ଏବଂ ଅନ୍ୟ ଲୋକଙ୍କୁ ଦେଖିଲେ ମଧ୍ୟ ବହୁତ ଜୋରରେ ଡ଼ରୁଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ରାଜ ନିଜର ବ୍ୟକ୍ତିଗତ କାମ ପାଇଁ ଅନେକ ସମୟରେ ବାହାରକୁ ଯିବାଆସିବା କରନ୍ତି। ଆଉ ରାଜଙ୍କ ଅନୁପସ୍ଥିତିରେ କୁକୁରଟି ନିଜ ପାଖକୁ ଆଉ କାହାକୁ ଯିବାକୁ ମଧ୍ୟ ଦିଏ ନାହିଁ। ତେଣୁ ଏପରି ଅବସ୍ଥାରେ ରାଜ ସେହି କୁକୁରଟି ପାଇଁ ଏକ ରୋବର୍ଟ ତିଆରି କରିଛନ୍ତି। ଆଉ ଏହି ରୋବର୍ଟଟି ରାଜଙ୍କ ଅନୁପସ୍ଥିତିରେ କୁକୁରର ପୂରା ଦେଖାରଖା କରିବା ସହ ସମସ୍ତ ଦାୟିତ୍ୱ ବୁଝିବ। ଏପରିକି ତାକୁ ଖାଇବାକୁ ଦେବା ସହ ତା’ର ପୂରା ଯତ୍ନ କରିବ ବୋଲି ରାଜ୍ କହିଛନ୍ତି।

ଆଉ ରାଜଙ୍କ ଏହି କାମକୁ ସାରା ଦେଶରେ ବେଶ ପ୍ରଶଂସା ମଧ୍ୟ କରାଯାଉଛି। କାରଣ ଏବେ ବି ଅନେକ ଲୋକ କୁକୁରକୁ ଦେଖିଲେ ବାଡ଼େଇବା ସହ ଘୋଉଡାଇ ଥାଆନ୍ତି କିନ୍ତୁ ରାଜ ଠିକ୍‌ ତାହାର ଓଲଟା କରିଛନ୍ତି। କେବଳ ଯେ, କୁକୁରକୁ ଅସାମାଜିକ ଲୋକଙ୍କଠାରୁ ଉଦ୍ଧାର କରିଛନ୍ତି ତାହା ନୁହେଁ ବରଂ ଏକ ଜୀବର କେମିତି ଜଗାରଖା କରାଯାଏ ତାହା ସମାଜକୁ ଶିଖାଇଛନ୍ତି।

ଆଉ ଗଣମାଧ୍ୟମରେ ନିଜର ମତ ରଖି ରାଜ୍‌ କୁହନ୍ତି, ‘କୋଭିଡ୍‌-୧୯ ସମୟରେ ମୁଁ କୁକୁରଟିକୁ ପାଇଲି। ମୁଁ ତାକୁ ତା’ପରେ ପଶୁ ଡାକ୍ତରଙ୍କ ପାଖକୁ ନେଇଗଲି। ସେଠାରୁ କୁକୁରଟିର ଅବସ୍ଥା ବିଷୟରେ ଅବଗତ ହେଲି। ସେହି କାରଣରୁ ମୁଁ ଏକ ରୋବର୍ଟ ବାହାର କଲି, ଯିଏକି ମୋ ଅନୁପସ୍ଥିତରେ କୁକୁରକୁ ଖୁଆଇବ, ପିଆଇବ ଓ ଦେଖାଶୁଣା କରିବ।’

ସତରେ ଏମିତି ପଶୁ ପ୍ରେମୀଙ୍କୁ ସତ ସତ ସଲାମ।

You might also like