ହାଇକୋର୍ଟରେ ହାଥରସ୍ ମାମଲାର ଶୁଣାଣି ଆଜି, କଡା ସୁରକ୍ଷା ମଧ୍ୟରେ ଲକ୍ଷ୍ନୌ ଯାଉଛନ୍ତି ପୀଡିତାଙ୍କ ପରିବାର
ଲକ୍ଷ୍ନୌ:ହଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ହେବ ଆଜି ଶୁଣାଣି । ଆଲହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏହି ମାମଲାର ଶୁଣାଣି ହେବ। ଜଷ୍ଟିସ ପଙ୍କଜ ମିତ୍ତଲ ଏବଂ ଜଷ୍ଟିସ୍ ରାଜନ ରାୟଙ୍କ ବେଞ୍ଚ ଶୁଣାଣି କରିବ। ଅପରାହ୍ନ ୨.୧୫ରେ ଶୁଣାଣି ଆରମ୍ଭ ହେବ। ଅକ୍ଟୋବର ୧ରେ ହାଇକୋର୍ଟ ଏହି ମାମଲାରେ ଏସିଏମ, ଡିଜିପି, ଏଡିଜି ( ଲ ଆଣ୍ଡ ଅର୍ଡର), ହାଥରସ ଡିଏମ ଏବଂ ଏସପିଙ୍କୁ କୋର୍ଟ ସମନ ଜାରି କରିଥିଲେ। ଏଥି ସହିତ ମୃତ ପୀଡିତାଙ୍କ ବାପା, ମା’, ଭାଇ ଓ ଭାଉଜଙ୍କୁ ମଧ୍ୟ କୋର୍ଟରେ ଉପସ୍ଥିତ ରହିବା ପାଇଁ କୁହାଯାଇଥିଲା। କୋର୍ଟ ବରିଷ୍ଠ ଓକିଲ ଜେଏନ ମାଥୁରଙ୍କୁ ମାମଲାରେ ଆମିକସ କ୍ୟୁରି ରଖିଛନ୍ତି।
ଏଡିଏମ ଅଞ୍ଜଳି ଗଙ୍ଗୱାର ଏବଂ ସିଓ ଶୈଳେନ୍ଦ୍ର ବାଜପେୟୀଙ୍କ ନେତତ୍ୱରେ ୬ଟି ଗାଡ଼ିରେ ମୃତକଙ୍କ ବାପା, ମା’, ଦୁଇ ଭାଇ ଓ ଭାଉଜ ଲକ୍ଷ୍ନୌ ବାହାରି ଯାଇଛନ୍ତି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପୋଲିସ ଏସକର୍ଟରେ ଏମାନଙ୍କୁ ନିଆଯାଇଛି। ପରିବାର ଲୋକେ ରାତିରେ ଲକ୍ଷ୍ନୌ ଯିବାକୁ ଅମଙ୍ଗ ହେଉଥିଲେ। ପୀଡିତାଙ୍କ ଭାଇଙ୍କ କହିବା ଅନୁଯାୟୀ, ରାତିରେ ଏହି ଯାତ୍ରା କରିବାକୁ ଆମ ଚାହୁଁ ନ ଥିଲୁ। ପରେ ପୋଲିସ ପକ୍ଷରୁ ସୋମବାର ସକାଳ ୫.୩୦ରୁ ପରିବାର ଲୋକଙ୍କୁ ବାହାରିବା ପାଇଁ କୁହାଯାଇଥିଲା।
ସୂଚନାଥାଉ କି, ଏହି ଘଟଣାରେ ନିଜ ଆଡି ମାମଲାକୁ ଗ୍ରହଣ କରିଛନ୍ତି। ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ପୀଡିତାଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ସମାନଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଇଛି।