ଲକ୍‌ଡାଉନ୍‌ ବେଳେ ପୁଣି ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍ ଜାରି ରହିଥିବାବେଳେ ସାଧାରଣ ଜନତାଙ୍କ ପାଇଁ ଏକ ଖୁସି ଖବର। ଏସବୁ ଭିତରେ ଅଣ-ସବସିଡି ଏଲ୍‌ପିଜି ସିଲିଣ୍ଡର ଗ୍ୟାସ ଦର ପୁଣି କମିଛି।

ଗତ ମାସରେ ଏଲ୍‌ପିଜି ସିଲିଣ୍ଡରର ଦାମ କମି ଥିବାବେଳେ ଚଳିତ ମାସ ଆରମ୍ଭରୁ ଏହି ସିଲିଣ୍ଡର ଦାମ ପୁଣିଥରେ କମିଛି। 

୧୪.୨ କିଲୋଗ୍ରାମର ଅଣ-ସବସିଡି ସିଲିଣ୍ଡରର ଦାମ ଦିଲ୍ଲୀରେ ୧୬୨.୫ ଟଙ୍କା ଶସ୍ତା ହୋଇଛି। ଗ୍ୟାସ୍ ଦାମ ୭୪୪ଟଙ୍କାରୁ କମି ୫୮୧.୫ ଟଙ୍କା ହୋଇଛି। ଆଜିଠୁ ଏହି ନୂଆ ଦର ଲାଗୁ ହୋଇଛି।

ଦିଲ୍ଲୀ ବ୍ୟତୀତ କୋଲକାତାରେ ଏହି ଅଣ-ସବସିଡି ଗ୍ୟାସର ଦାମ ୫୮୪.୫ ଟଙ୍କା, ମୁମ୍ୱାଇରେ ୫୭୯ ଟଙ୍କା ଏବଂ ଚେନ୍ନାଇରେ ୫୬୯.୫ ଟଙ୍କା ହୋଇଛି।

You might also like