ଏବେ ରୋଷେଇ ଘରେ ପ୍ରହାର, ମହଙ୍ଗା ହେଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ଲଗାତାର ବୃଦ୍ଧି ପାଉଥିବା ବେଳେ ଏବେ ଏଲ୍‌ପିଜି ସିଲିଣ୍ଡର ବି ମହଙ୍ଗା ହୋଇଛି। ଏଣିକି ଗ୍ରାହକଙ୍କୁ ସବ୍‌ସିଡ଼ି ଏଲ୍‌ପିଜି ସିଲିଣ୍ଡର ପିଛା ୨ ଟଙ୍କା ୮୯ ପଇସା ଅଧିକ ଦେବାକୁ ପଡ଼ିବ।

ଫଳରେ ସବ୍‌ସିଡି ଏଲ୍‌ପିଜି ଦର ସିଲିଣ୍ଡର ଫିଛା ୫୦୨ଟଙ୍କା ୪ ପଇସା ହୋଇଛି। ସେହିପରି ଦିଲ୍ଲୀରେ ଅଣ ସବ୍‌ସିଡ଼ି ଏଲ୍‌ପିଜି  ସିଲିଣ୍ଡର ପିଛା ୫୯ ଟଙ୍କା ବୃଦ୍ଧି ପାଇଛି।

ତେବେ ଗ୍ରାହକଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ଯାଉଥିବା ସବ୍‌ସିଡି ବୃଦ୍ଧି ପାଇ ପ୍ରତି ସିଲିଣ୍ଡର ପିଛା ୩୭୬ଟଙ୍କା ୬୦ ପଇସା ହୋଇଛି। ଗତ ମାସରେ ଏହା ୩୨୦ଟଙ୍କା ୪୯ ପଇସା ଥିଲା।

You might also like