ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ବାତ୍ୟା ! ଅଶାନ୍ତ ରହିବ ସମୁଦ୍ର

ନୂଆଦିଲ୍ଲୀ: ଦାନା ବାନ୍ଧୁଛି ବାତ୍ୟା ! ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ ମେ’ ୧୫ ତାରିଖ ସୁଦ୍ଧା ଡିପ୍ରେସନର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି। ଏହାପରେ ଏହା ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ପରେ ଏହା ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଗତି କରିବ ବୋଲି ଆକଳନ କରାଯାଉଛି। ଏନେଇ IMD ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଝଡ଼ବାତ୍ୟାର ରୂପରେଖ କିଭଳି ହେବ ସେନେଇ କୌଣସି ସ୍ପଷ୍ଟ ହୋଇ ନ ଥିବାବେଳେ ଓଡ଼ିଶା ଉପରେ ଏହି ବାତ୍ୟାର ପ୍ରଭାବ ପଡ଼ିବ ନା ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

ସମ୍ଭାବ୍ୟ ବାତ୍ୟାକୁ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି, ସୃଷ୍ଟି ହୋଇଥିବା ଲଘୁଚାପ କାଳକ୍ରମେ ଘନୀଭୂତ ହୋଇ ମେ’ ୧୫ରେ ଅବପାତର ରୂପ ନେବ। ମେ’ ୧୬ ତାରିଖ ସଂଧ୍ୟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ ବାତ୍ୟାର ରୂପ ନେବ। ପ୍ରଥମେ ଉତ୍ତର ପଶ୍ଚିମ ଓ ପରେ ଉତ୍ତରପୂର୍ବ ଦିଗକୁ ଗତି କରିବ। ତେବେ ବାତ୍ୟା କେଉଁ ଉପକୂଳ ଦେଇ ଅତିକ୍ରମ କରିବ ତାହା ଏଯାଏ ସ୍ପଷ୍ଟ ହୋଇନି।

ସେ ଆହୁରି କହିଛନ୍ତି, ମେ’୧୭ ତାରିଖ ଯାଏ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡ଼ିବନି।ବାତ୍ୟା ଅଧିକ ଘନୀଭୂତ ହେଲେ ଏହାର ସଠିକ ଆକଳନ କରାଯାଇପାରିବ।

୧୫ରୁ ସମୁଦ୍ର ଅଶାନ୍ତ ରହିବ। ଏହି ସମୟରେ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ

ଦିଶା ସାଲିୟାନଙ୍କ ହତ୍ୟା ମାମଲାରେ ନିଜ ନାଁ ଯୋଡ଼ିବାରୁ ଥାନାରେ ମାମଲା ରୁଜୁ କଲେ ସୁରଜ ପଞ୍ଚୋଲି

ବିଜେପି ସାଂସଦଙ୍କୁ ଏହି ଦେଶରୁ ଆସିଲା ହତ୍ୟା ଧମକ

ସ୍ତ୍ରୀର ସ୍ମୃତି ପାଇଁ ସ୍ୱାମୀ ତିଆରି କଲେ ମହମ ପ୍ରତିମୂର୍ତ୍ତି

ଜନ୍ମାଷ୍ଟମୀରେ କିପରି ଉପାସନା କରିବେ, ଜାଣନ୍ତୁ ପୂଜାବିଧି

ଆସିଲା ପ୍ରଥମ କରୋନା ଭାକ୍ସିନ; ପୁଟିନ ଝିଅ ନେଲେ ଟିକା

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଗୁରୁତର

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ପୈତୃକ ସମ୍ପତ୍ତି ଉପରେ ଝିଅଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି

ହକି ତାରକା ମନଦୀପଙ୍କୁ କରୋନା

ଗୋଟିଏ ଦିନ ପରେ ଲଞ୍ଚ୍‌ ହେବ କରୋନା ଭାକ୍ସିନ୍‌; ପ୍ରଥମେ କିଏ ନେବ ଜାଣନ୍ତି

ପାଇଲଟ ନାଟକର ସୁଖଦ ଅବସାନ; ଘରକୁ ବାହୁଡ଼ିବେ ସଚିନ

ଏହି ଦେଶରେ ୧୦୦ ଦିନ ହେବ ଗୋଟିଏ ବି ପଜିଟିଭ୍ ଚିହ୍ନଟ ହୋଇନି!

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୫ ହଜାର ଟପିଲା

You might also like