ଶେଷ ଡିବେଟ୍‌ରେ ଭାରତର ବାୟୁପ୍ରଦୂଷଣ ଆମେରିକା ଠାରୁ ଖରାପ ବୋଲି କହିଲେ ଟ୍ରମ୍ପ

ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଦୁଇ ସପ୍ତାହ ପୂର୍ବରୁ ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ ଆଶାୟୀଙ୍କ ମଧ୍ୟରେ ଶେଷ ପ୍ରେସିଡେନସିଆଲ୍ ଡିବେଟ୍ ହୋଇଛି। ସାମ୍ନାସାମ୍ନି ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରିପବ୍ଲିକେଟ୍ ପାର୍ଟି ପ୍ରାର୍ଥୀ ଜୋଏ ବିଡେନ୍।

କରୋନା ମହାମାରୀ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ଟ୍ରମ୍ପ ଓ ବିଡେନ୍। ଖୁବ୍ ଶୀଘ୍ର ଆମେରିକାକୁ କରୋନା ଭ୍ୟାକସିନ୍ ମିଳିବ। ଟ୍ରମ୍ପ ପ୍ରଶାସନ ଏନେଇ ପ୍ରୟାସ ଜାରି ରଖିଛନ୍ତି ବୋଲି ଟ୍ରମ୍ପ କହିଛନ୍ତି। ତେବେ ଆଜି ପ୍ରେସିଡେଣ୍ଟାଲ୍ ଡିବେଟ୍‌ରେ ଟ୍ରମ୍ପଙ୍କ ଭାରତ ପ୍ରତି ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଶ୍ୱ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ଚାଲିଥିବା ବେଳେ ଭାରତର ପାଣିପାଗ ଖରାପ ବୋଲି ଟ୍ରମ୍ପ ମନ୍ତବ୍ୟ ରଖିଛନ୍ତି।

ଚୀନ,ଋଷ ଏବଂ ଭାରତର ବାୟୁ ଦୁଷିତ ବୋଲି ବୟାନ ଦେବା ସହ ଆମେରିକାରେ ଏପରି ନୁହେଁ ବୋଲି ଟ୍ରମ୍ପ କହିଛନ୍ତି। ତାଙ୍କ ସରକାର ଆସିବା ପରେ ଆମେରିକା ପାଣିପାଗରେ ପରିବର୍ତ୍ତନ ହୋଇଛି ବୋଲି ସେ କହିଛନ୍ତି।

ଅନ୍ୟପଟେ ବର୍ଣ୍ଣ ବୈଷମ୍ୟକୁ ନେଇ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ତର୍କ ବିତର୍କ ଜୋର୍‌ଦାର ହୋଇଛି। ଜୋଏ ସିଧାସଳଖ ଟ୍ରମ୍ପକୁ ଟାର୍ଗେଟ କରିଛନ୍ତି। ଆମେରିକାରେ କୃଷ୍ଣକାୟ ବ୍ୟକ୍ତିଙ୍କ ଉପରେ ଅତ୍ୟାଚାର ବଢ଼ିଛି। ଗତ ୫ ବର୍ଷରେ ଏପରି ଅନେକ ମାମଲା ସାମ୍ନାକୁ ଆସିଛି, ଆଇନ ଶୃଙ୍ଖଳା ଓ ନାଗରିକଙ୍କୁ ସମ୍ଭାଳିବାରେ ଟ୍ରମ୍ପ ପ୍ରଶାସନ ବିଫଳ ହୋଇଥିବା ଜୋଏ କହିଛନ୍ତି।

You might also like