ମଦ କିଣିବା ପାଇଁ ଲମ୍ବାଧାଡ଼ି

ନୂଆଦିଲ୍ଲୀ: ଦୀର୍ଘଦିନ ପରେ ଆଜି ଦେଶର ବିଭିନ୍ନ ସ୍ଥାନରେ ମଦ ଦୋକାନ ଖୋଲିଛି। କେତେକ ରାଜ୍ୟ କେନ୍ଦ୍ରର ଗାଇଡଲାଇନ ଅନୁଯାୟୀ, ମଦ ଦୋକାନା ଖୋଲିବା ପାଇଁ ଅନୁମତି ଦେଇଛନ୍ତି। ଏହି କଥା ଜାଣିବା ପରେ ମଦ କିଣିବା ପାଇଁ ଆଜି ସକାଳୁ ବିଭିନ୍ନ ଦୋକାନ ସାମ୍ନାରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା।

ବିଶେଷ କରି ଦିଲ୍ଲୀ, କର୍ଣ୍ଣାଟକା ଓ ଛତିଶଗଡ଼ରେ ଲୋକମାନେ ମଦ ପାଇଁ ପ୍ରବଳ ଭିଡ଼ ଜମାଇଥିଲେ। କେତେକ ସ୍ଥାନରେ  ମଦ ପାଇଁ ଦେଢ କିଲୋମିଟରର ଲମ୍ବା ଲାଇନ୍  ଲାଗିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଦିଲ୍ଲୀର ବିଭିନ୍ନ ମଦ ଦୋକାନ ଆଗରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ବେଳେ ନିର୍ଦ୍ଦିଷ୍ଟ ଜୋନ୍‌ରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ତେଣୁ ଆଜି ଦିଲ୍ଲୀର ବିଭିନ୍ନ ସ୍ଥାନରେ ମଦ ଦୋକାନ ଖୋଲିବା ପରେ ଭିଡ ଆରମ୍ଭ ହୋଇଯାଇଥିଲା।

ସକାଳ ୭.୩୦ରୁ ହିଁ ଲାଇନ ଲଗାଇବା ଆରମ୍ଭ କରିଥିଲେ। ଦୋକାନ ୧୦ଟା ପରେ ଖୋଲିଥିଲା। ହେଲେ ଲୋକମାନେ ଏହାର ଯଥେଷ୍ଟ ପୂର୍ବରୁ ମଦ ପାଇଁ ଧାଡ଼ି କରିଥିଲେ। ଦିଲ୍ଲୀ ଓ କର୍ଣ୍ଣାଟକାରେ ଏଭଳି ସ୍ଥିତି ଉପୁଜିବାରୁ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା।

କରୋଲ ବାଗରେ ମଦ ପାଇଁ ଲୋକେ ପ୍ରାୟ ଦେଢ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନ୍ ଲଗାଇଥିବା ଦେଖିବାକୁ ମିଳିଥିଲା। ଜଣକ ପରେ ଜଣେ ଆସି ମଦ ନେଉଥଲେ । ତେବେ କାଶ୍ମୀର ଗେଟ୍ ଅଞ୍ଚଲରେ ଥିବା ଏକ ମଦ ଦୋକାନ ଆଗରେ ଲୋକେ ସାମାଜିକ ଦୂରତା ନିୟମ ପାଳନ କରୁ ନ ଥିବା ଦେଖିବାକୁ ମିଳିଥିଲା । ତେଣୁ ପୋଲିସ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଥିଲା ଏପରିକି ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଥିଲା।

ତେବେ ଦୋକାନ ଖୋଲିବା ପରେ ଆବଶ୍ୟକୀୟ ସର୍ତ୍ତ ପାଳନ କରି ନ ଥିବାରୁ ପୋଲିସ ଆସି କରୋଲ ବାଗର ଦୋକାନକୁ ବନ୍ଦ କରିଦେଇଥିଲା

 

 

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like