ଲକ୍‌ଡାଉନ୍‌ ଘୋଷଣା ପରେ ବୋହିନେଲେ ପେଟି ପେଟି ମଦ

ନୂଆଦିଲ୍ଲୀ: ୬ ଦିନିଆ ଲକଡାଉନ୍ ଘୋଷଣା ହେଉ ହେଉ ମଦ ଦୋକାନରେ ଦେଖିବାକୁ ମିଳିଛି। ପ୍ରବଳ ଗହଳି ଦିଲ୍ଲୀରେ ଥିବା ବିଭିନ୍ନ ମଦ ଦୋକାନରେ ଲୋକେ ପ୍ରବଳ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତି ଉପୁଜିଛି ମଦ ଦୋକାନରୁ ପେଟି ପେଟି ମଦ ବୋହି ନେଇଛନ୍ତି ଲୋକେ। ଲକ୍‌ଡାଉନ୍ ଘୋଷଣା ହେବା ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।


ମଦ ନେବା ପାଇଁ କେତେକ ସ୍ଥାନରେ ଲୋକେ ଦୀର୍ଘ ସମୟ ଧରି ଲାଇନ୍‌ରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଦିଲ୍ଲୀର ଖାନ୍ ମାର୍କେଟ୍, ଗୋଏଲ୍ ମାର୍କେଟ୍‌ରେ ଥିବା ମଦ ଦୋକାନରେ ପ୍ରବଳ ଗହଳି ଲାଗିଛି। ଲକ୍‌ଡାଉନ୍ ପାଇଁ ଲୋକେ ଏକାଥରେ ପେଟି ପେଟି ମଦ ବୋହି ନେଉଛନ୍ତି।

ଦିଲ୍ଲୀରେ ୬ ଦିନିଆ ସଟଡାଉନ୍ ଘୋଷଣା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଘୋଷଣା କରିଛନ୍ତି। ଆଜି ରାତି ୧୦ଟାରୁ ୬ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା ହୋଇଛି। ଆସନ୍ତା ସୋମବାର ଅର୍ଥାତ ଏପ୍ରିଲ ୨୬ ତାରିଖ ସକାଳ ଯାଏ ଦିଲ୍ଲୀରେ ଲକଡାଉନ୍ ଘୋଷଣା କରାଯାଇଛି। ତେବେ ଦିଲ୍ଲୀ ଛାଡ଼ି ନ ଯିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

ସେପଟେ ଦିଲ୍ଲୀରେ ଲକଡାଉନ ଘୋଷଣା ହେଉ ହେଉ ବସଷ୍ଟାଣ୍ଡ ଓ ଷ୍ଟେସନରେ ପ୍ରବାସୀଙ୍କ ଭିଡ ଜମିଛି। ନିଜ ନିଜ ରାଜ୍ୟକୁ ଫେରିବାକୁ ବହୁ ପ୍ରବାସୀ ଦିଲ୍ଲୀ ଛାଡୁଥିବା ଦେଖିବାକୁ ମିଳିଛି। ଏପରିକି ଲକଡାଉନ ଘୋଷଣା ହେବା ପୂର୍ବରୁ ମଧ୍ୟ ବହୁ ଲୋକ ନିଜ ନିଜ ଗାଁ ଅଭିମୁଖେ ବାହାରିଥିବା ଦେଖିବାକୁ ମିଳିଥିଲା। ଏମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ଓ ଦିନ ମଜୁରିଆ ଶ୍ରେଣୀର ଲୋକେ ଲକଡାଉନ ସେମାନଙ୍କ କାମ ଧନ୍ଦା ଛଡାଇନେବା ସହ ରୋଜଗାର ଉପରେ ପ୍ରଭାବ ପକାଇବା ଆଶଙ୍କାରେ ବହୁ ଲୋକେ ଦିଲ୍ଲୀ ଛାଡୁଥିବା ଦେଖିବାକୁ ମିଳିଥିଲା।

ସେହିଭଳି ୬ ଦିନିଆ ଲକଡାଉନ ଘୋଷଣା ହେବା ମାତ୍ରେ ରାସନ ପାଇଁ ମଧ୍ୟ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଲମ୍ବା ଲାଇନ ଦେଖାଦେଇଛି। ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା କେନ୍ଦ୍ରୀୟ ଭଣ୍ଡାରରେ ଲୋକେ ରାସନ ପାଇଁ ଭିଡ ଲଗାଇଥିଲେ। ଆଗାମୀ ୬ ଦିନ ପାଇଁ ଅତ୍ୟାବଶକୀୟ ଜିନିଷପତ୍ରରେ ଯେପରି ଅଭାବ ନରୁହେ। ସେହି ଆଶଙ୍କାରେ ଲୋକେ ଲାଇନ ଲଗାଇ ନେଉଥିବା ଦେଖିବାକୁ ମିଳିଥିଲା।

You might also like