ନୂଆ ପ୍ରକାରର କରୋନା ଭୂତାଣୁ ଠାବ; ସଂକ୍ରମଣ ବଢିବାରୁ ଲକ୍‌ଡାଉନ ଘୋଷଣା

ଲଣ୍ଡନ :ବ୍ରିଟେନ୍‌ରେ ପୁଣି କରୋନା ଭୟଙ୍କର ରୂପ ନେଉଛି। କାହିଁକି ଫେରିଲା ଏହି କରୋନା ? ଏ ଦିଗରେ ଗବେଷକମାନେ ଅନୁଧ୍ୟାନ କରିବା ପରେ କାରଣ ଜାଣିବାକୁ ପାଇଛନ୍ତି। ଏକ ନୂଆ ପ୍ରକାର କରୋନା ଭାଇରାସ ସେଠାରେ ବ୍ୟାପିଥିବା ସେମାନେ ଜାଣିବାକୁ ପାଇଛନ୍ତି। ଏହି ଭାଇରସ ବ୍ରିଟେନ ଓ ୟୁରୋପର ଅନ୍ୟ କେତେକ ଦେଶରେ ଦେଖିବାକୁ ମିଳିଛି। ନୂଆ କରୋନା ଭାଇରସ ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ବୁଧବାରଠାରୁ ଲଣ୍ଡନ ଏବଂ ଆଖପାଖ ଅଞ୍ଚଳରେ ପୁଣି ଲକ୍‌ଡାଉନ ଘୋଷଣା କରାଯାଇଛି।

ସ୍ୱାସ୍ଥ୍ୟମନ୍ତ୍ରୀ ମେଟ ହ୍ୟାକାକ ହାଉସ ଅଫ କମନ୍ସରେ ସଂସଦମାନଙ୍କୁ ଏ ନେଇ ସୂଚନା ଦେଇ କହିଛନ୍ତି, ଗତ ୭ ଦିନରେ ଏହି ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ବୃଦ୍ଧି ପାଇଛି। ସେଥିପାଇଁ ତତ୍କାଳ ପଦକ୍ଷେପ ସ୍ୱରୂପ ଏଠାରେ ଲକ୍‌ଡାଉନ ଘୋଷଣା କରାଯାଇଛି। କେତେକ ଅଞ୍ଚଳରେ ପୂରା ଲକ୍‌ଡାଉନ ଘୋଷଣା କରାଯିବ।

ତେବେ ବ୍ରିଟେନରେ ନୂଆ ଟାଇପ୍‌ର କରୋନା ଭାଇସର ଚିହ୍ନଟ କରାଯାଇଛି। ଏହି ନୂଆ ଭାଇରସ ଯୋଗୁ ସଂକ୍ରମଣ ଦ୍ରୁତ ଗତିରେ ବଢୁଥାଇ ପାରେ ବୋଲି ଅନୁମାନ କରାଯାଉଛି। ଏହି ନୂଆ ପ୍ରକାରର କରୋନା ଭାଇରସ ପ୍ରାୟ ୧୦୦୦ ରୋଗୀଙ୍କ ପାଖରେ ଦେଖିବାକୁ ମିଳିଛି।

ସୂଚନାଥାଉ କି, ବ୍ରିଟେନର ସ୍ୱାସ୍ଥ୍ୟକେନ୍ଦ୍ରରେ ଫାଇଜର-ବାୟୋଏନଟେକ୍‌ ଟିକାର ପ୍ରଥମ ଡୋଜ ଦିଆଯିବା ଆରମ୍ଭ ହୋଇଛି। ଏଇ ସପ୍ତାହରୁ ଟୀକାକରଣ କରାଯିବ ବୋଲି କୁହାଯାଇଛି। ପ୍ରଥମେ ବୟସ୍କ ଏବଂ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଏହି ଟିକା ଦିଆଯିବ।

You might also like