କରୋନାରେ ଲୋକପାଳ ସଦସ୍ୟ ଜଷ୍ଟିସ୍ ଏ.କେ. ତ୍ରିପାଠୀଙ୍କ ପରଲୋକ

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ଲୋକପାଳ ସଦସ୍ୟ ଜଷ୍ଟିସ୍ ଏ.କେ ତ୍ରିପାଠୀ (ଅବସରପ୍ରାପ୍ତ)ଙ୍କ ପରଲୋକ ଘଟିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ଏପ୍ରିଲ ୨ରେ ତାଙ୍କୁ ଦିଲ୍ଲୀ ସ୍ଥିତ AIIMS ରେ ଭର୍ତ୍ତି କରାଯାଇଥିଲା।

ସୂଚନା ଅନୁସାରେ, ଜଷ୍ଟିସ୍ ତ୍ରିପାଠୀଙ୍କ ଝିଅ ଓ ତାଙ୍କ ରୋଷେୟିଆ କରୋନାରେ ଆକ୍ରାନ୍ତ ହୋଇଥିଲେ ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇଥିଲେ

ଛତିଶଗଡ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ତ୍ରିପାଠୀଙ୍କୁ AIIMS ରେ ଟ୍ରମା କେୟାର ସେଣ୍ଟରର ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ)ରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ମଧ୍ୟ ରଖାଯାଇଥିଲା। ତେବେ ଶନିବାର ରାତି ୮: ୪୫ ରେ ତାଙ୍କର ଦେହାନ୍ତ ହୋଇଛି।

Anti-corruption ombudsman ଲୋକପାଳର ୪ ଜଣ ଜୁଡିସିଆଲ ସଦ୍ୟସଙ୍କ ମଧ୍ୟରୁ ଜଷ୍ଟିସ ତ୍ରିପାଠୀ ଅନ୍ୟତମ ଥିଲେ।

ଗତ ମାର୍ଚ୍ଚ ୨୦ ରେ ସେ ଅଫିସରେ ଯାଇଥିଲେ। ଜଷ୍ଟିସ୍ ତ୍ରିପାଠୀଙ୍କର କରୋନା ପଜିଟିଭ ରିପୋର୍ଟ ଆସିବା ପରେ ଲୋକପାଳ ଅଫିସର ବିଲ୍ଡିଂକୁ ସାନିଟାଇଜ କରାଯାଇଥିଲା। ଏପରିକି ଦିଲ୍ଲୀର କିଡୱାଇ ନଗରରେ ଥିବା ଆପାର୍ଟମେଣ୍ଟ, ଯେଉଁଠି ଲୋକପାଳ ସଦସ୍ୟମାନେ ରୁହନ୍ତି ତାକୁ ମଧ୍ୟ ସାନିଟାଇଜ କରାଯାଇଥିଲା।

You might also like