ଖାଉଟି ସୁରକ୍ଷା ବିଲ୍-୨୦୧୮ ପାରିତ

ନୂଆଦିଲ୍ଲୀ: ଲୋକସଭାରେ ପାରିତ ହୋଇଛି ବହୁ ପ୍ରତିକ୍ଷୀତ ଖାଉଟି ସୁରକ୍ଷା ବିଧେୟକ-୨୦୧୮। ଲୋଭନୀୟ ବିଜ୍ଞାପନ ଦେଇ ଖରାପ ଜିନିଷ ବିକ୍ରି, ଅନ୍‌ଲାଇନ ମାର୍କେଟିଂ ସହ ଡିଜିଟାଲ୍ ପେମେଣ୍ଟରେ ଠକେଇ ରୋକିବାକୁ ନୂଆ ବିଲ୍‌ରେ କଡ଼ା ଦଣ୍ଡ ବ୍ୟବସ୍ଥା ରହିଛି।

ଏମିତିକି ଗ୍ରାହକଙ୍କୁ ଠକୁଥିବା ସଂସ୍ଥା ଓ ବିଜ୍ଞାପନରେ ରହିଥିବା ସେଲେବ୍ରିଟିଙ୍କ ବିରୋଧରେ ପୂର୍ବ ଆଇନ ବ୍ୟବସ୍ଥା ଅପେକ୍ଷା ଅଧିକ ଜେଲ୍ ଦଣ୍ଡ ଓ ମାତ୍ରାଧିକ ଜରିମାନା ବ୍ୟବସ୍ଥା ବି ଏହି ନୂଆ ବିଲ୍‌ରେ ରହିଛି।

କେନ୍ଦ୍ର ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରାମବିଳାସ ପାଶ୍ୱାନ ବିଧେୟକଟିକୁ ଆଗତ କରିଥିଲେ। ହେଲେ ଗୃହରେ ଅଚଳାବସ୍ଥା ଯୋଗୁ ବିଲ୍‌ଟି ପାରିତ ହୋଇପାରିନଥିଲା।

ଆଜି କିନ୍ତୁ ବ୍ୟାପକ ତର୍କବିତର୍କ ପରେ ବିଲ୍‌ଟି ବାଚନିକ ଭୋଟ୍‌ରେ ପାସ୍ ହୋଇଛି। ବିଗତ ତିନି ଦଶନ୍ଦି ଧରି ପ୍ରଚଳିତ ଖାଉଟି ସୁରକ୍ଷା ଆଇନ-୧୯୮୬କୁ ବଦଳାଇ ନୂଆ ଆଇନ ଲାଗୁ କରିବା ଉଦ୍ଦେଶ୍ୟରେ ଏହି ବିଲ୍ ଆସିଛି।

You might also like