ବିମାନ ଉଡ଼ାଣ ପାଇଁ ବିପଦ ପଙ୍ଗପାଳ!

ନୂଆଦିଲ୍ଲୀ: ବିମାନ ଉଡାଣରେ ବିପଦ ସୃଷ୍ଟି କରିପାରନ୍ତି ପଙ୍ଗପାଳ। ପଙ୍ଗପାଳ ଛୋଟ ହୋଇଥିଲେ ମଧ୍ୟ ଦଳବଳ ହୋଇ ଆସୁଥିବାରୁ ପାଇଲଟ୍ ଆଗକୁ ଦେଖିବାରେ ସମସ୍ୟା ସୃଷ୍ଟି ହୋଇପାରେ। ଏନେଇ ଆଡଭାଇଜାରୀ ଜାରି କରିଛି। ବେସାମରିକ ବିମାନ ଚଳାଚଳ ବିଭାଗ ପଙ୍ଗପାଳ ବିଶେଷଭାବେ ଭୂପୃଷ୍ଠରୁ ଅଳ୍ପ ଉଚ୍ଚରେ ବିଚରଣ କରୁଥିବାରୁ ବିମାନ ଅବତରଣ ଓ ଟେକଅଫରେ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି।

ବିମାଣ ଉଡାଣ ଓ ଅବତରଣ ବେଳେ ୱାଇପର୍ସ ବ୍ୟବହାର କରିବେ ନା ନାହିଁ ସେନେଇ ପାଇଲଟ ସ୍ଥିର କରିବେ। ଏହାସହ ଇଞ୍ଜିନିୟର ଓ ଗ୍ରାଉଣ୍ଡ ଷ୍ଟାଫ ମଧ୍ୟ ଏନେଇ ଅବଗତ ରହିବା ଦରକାର ବୋଲି ଡିଜିସିଏ ପରାମର୍ଶ ଦେଇଛି।

ପଙ୍ଗପାଳକୁ ନେଇ ପାଇଲଟମାନେ ସ୍ୱତନ୍ତ୍ର ଧ୍ୟାନ ରଖିବା ଆବଶ୍ୟକ ଓ ଯେଉଁ ସ୍ଥାନରେ ପଙ୍ଗପାଳ ଥିବା ଦେଖାଯିବ। ଏସମ୍ପର୍କରେ ଅନ୍ୟ ପାଇଲଟଙ୍କୁ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି।

ଚୀନର କରୋନା ପରେ ଏବେ ପାକିସ୍ତାନୀ ପଙ୍ଗପାଳ ସୃଷ୍ଟି କରଛନ୍ତି ଆତଙ୍କ। ପଙ୍ଗପାଳଙ୍କ ଭୟରେ ଚାଷୀଙ୍କ ଆଖିରୁ ନିଦ ହଜିଗଲାଣି। ତେଣୁ ଏମାନଙ୍କ ସହ ମୁକାବିଲା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

You might also like