ଲକ୍‌ଡାଉନ୍ ୪.୦: ଜାଣନ୍ତୁ କ’ଣ ଖୋଲା ରହିବ, କ’ଣ ବନ୍ଦ ରହିବ…

ନୂଆଦିଲ୍ଲୀ: ଦେଶରେ ମେ ୩୧ ଯାଏ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି। ଚତୁର୍ଥ ପର୍ଯ୍ୟାୟ ଲକଡାଉନକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ୍ସ ଜାରି ହୋଇଛି। ଅର୍ଥାତ ଏହି ଲକଡାଉନ ବେଳେ ଗାଇଡଲାଇନ୍ସରେ ଥିବା ନିୟମ ସବୁ ପାଳନ ହେବ। ଆସନ୍ତାକାଲିଠୁ ଏହି ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଲାଗୁ ହେବ।

କ’ଣ ରହିଛି ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଗାଇଡଲାଇନ୍ସ….

ରେଡ୍, ଗ୍ରୀନ ଓ ଅରେଞ୍ଜ ଜୋନ୍ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ।

କେଉଁ ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ବଫର୍ ଜୋନ୍ ଘୋଷଣା କରାଯିବ, ନିଷ୍ପତ୍ତି ନେବା ଲାଗି ଜିଲ୍ଲା ପ୍ରଶାସନକୁ ଅଧିକାର ଦିଆଯାଇଛି। ତେବେ ପୂର୍ବ ଭଳି ସନ୍ଧ୍ୟା ୭ରୁ ସକାଳ ୭ ଯାଏ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ।

ଏହିସବୁ ବନ୍ଦ ରହିବ …

ମେଡିକାଲ ଓ ଜରୁରୀକାଳୀନ ସେବାକୁ ଛାଡ଼ି  ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବା ଓ ମେଟ୍ରୋ ରେଳ ସେବା ବନ୍ଦ ରହିବ ।

ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, ଟ୍ରେନିଂ, କୋଚିଂ ସେଣ୍ଟର ବନ୍ଦ ରହିବ। କିନ୍ତୁ ଅନଲାଇନ/ଡିଷ୍ଟାନ୍ସ ପାଠପଢ଼ା ଜାରି ରହିବ ।

ସିନେମା ହଲ, ଶପିଂ ମଲ, ଜିମ, ସୁଇମିଂ ପୁଲ, ପାର୍କ, ବାର, ଅଡିଟୋରିୟମ ବନ୍ଦ ରହିବ।

ସାଧାରଣ ଲୋକଙ୍କ ପାଇଁ ଧାର୍ମିକ ସ୍ଥଳୀ ବନ୍ଦ ରହିବ।

ଏହି ସବୁ ଖୋଲା ରହିବ…

ସ୍ପୋର୍ଟସ କମ୍ପ୍ଲେକ୍ସ,ଷ୍ଟାଡିୟମ୍ ଖୋଲା ରହିବ, ହେଲେ ଦର୍ଶକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ।

ରେଷ୍ଟୁରାଣ୍ଟ ଖୋଲା ରହିବ, କେବଳ ହୋମ ଡେଲିଭରି ହୋଇପାରିବ ।

ରାଜ୍ୟ ସରକାରଙ୍କ ସହମତି କ୍ରମେ ରାଜ୍ୟ-ରାଜ୍ୟ ମଧ୍ୟରେ ଯାତ୍ରୀବାହୀ ଗାଡ଼ି ଓ ବସ୍ ଚଳାଚଳ ହୋଇପାରିବ। ଏଥିସହ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ରାଜ୍ୟ ଭିତରେ  ଯାତ୍ରୀବାହୀ ଗାଡ଼ି ଓ ବସ୍ ଚଳାଚଳ ହୋଇପାରିବ।

ଆହୁରି ପଢ଼ନ୍ତୁ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

‘ମୋଦି-ଟ୍ରମ୍ପ୍‌ଙ୍କ ସମ୍ପର୍କ ଅତି ନିବିଡ଼’

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ପାକିସ୍ତାନରେ ତେଜୁଛି ବିରୋଧୀଙ୍କ ସ୍ୱର: କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା‌ ପୋଲିସ

ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୧୨ ମୃତ, ୧୨୦ ଆହତ

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

You might also like