• translate
Prangyan Parimita

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଖୋଲିବ ବାର୍ । କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଏବେ କରୋନା କଟକଣା କୋହଳ କରାଯାଇଛି । ଏହି କ୍ରମରେ ଦିଲ୍ଲୀରେ ଏବେ ସୋମବାର ଠାରୁ ବାର୍ ଖୋଲିବାକୁ ଅନୁମତି ଦିଆଯାଇଛି । ଅନଲକ୍ ୪ ଅନୁସାରେ ଦିଲ୍ଲୀବାସୀଙ୍କ ପାଇଁ ନିୟମ କୋହଳ ହୋଇଛି । ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ଅନୁସାରେ ୫୦ ପ୍ରତିଶତ କ୍ଷମତାରେ ବାର ଖୋଲିବ । ତେବେ ବାର୍ ଖୋଲିବା ସମୟ ସ୍ପଷ୍ଟ କରିଛନ୍ତି ସରକାର । ଏବେ ୧୨ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ବାର ଖୋଲା ରହିବ ।

ଏହା ବ୍ୟତୀତ ଦିଲ୍ଲୀରେ ଅନଲକ୍ -୪ ଅଧୀନରେ ଦିଲ୍ଲୀବାସୀଙ୍କୁ ଅଧିକ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ସରକାର । ଦିଲ୍ଲୀରେ ସୋମବାର ଠାରୁ ରେଷ୍ଟୁରାଣ୍ଟ ମଧ୍ୟ ଖୋଲିବାକୁ ଅନୁମତି ମିଳିଛି । ସକାଳ ୮ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତଖୋଲିବ ରେଷ୍ଟୁରାଣ୍ଟ । ପୂର୍ବରୁ କେବଳ ସକାଳ ୧୦ ଟାରୁ ୮ ଟା ପର୍ଯ୍ୟନ୍ତ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ଦିଆଯାଇଥିଲା । ତେବେ ନୂଆ ନିଷ୍ପତ୍ତି ଅନୁସାରେ କେବଳ ୫୦% ଗ୍ରାହକ ରେଷ୍ଟୁରାଣ୍ଟରେ ବସି ଖାଦ୍ୟ ଖାଇପାରିବେ । ଏହା ବ୍ୟତୀତ ସର୍ବସାଧାରଣ ପାର୍କ ଏବଂ ଉଦ୍ୟାନ ଖୋଲିବାକୁ ଅନୁମତି ମଧ୍ୟ ଦିଆଯାଇଛି। ଜୁନ୍ ୨୧ ରୁ ରାଜଧାନୀରେ ସର୍ବସାଧାରଣ, ପାର୍କ, ଉଦ୍ୟାନ, ଗଲ୍ଫ କ୍ଲବ ଏବଂ ଆଉଟଡୋର୍ ଯୋଗକୁ ଅନୁମତି ଦିଆଯାଇଛି ।

ଏହା ସହିତ ୧୦ ଟାରୁ ୮ ଟା ପର୍ଯ୍ୟନ୍ତ ବଜାର, ମାର୍କେଟ କମ୍ପ୍ଲେକ୍ସ ଏବଂ ମଲ୍ ମଧ୍ୟ ଖୋଲିବାକୁ ମଧ୍ୟ ଅନୁମତି ଦେଇଛନ୍ତି ସରକାର । ୫୦% କ୍ଷମତା ସହିତ ଚାଲିବ ମେଟ୍ରୋ । ଅନ୍ୟପଟେ ବସ୍, ଅଟୋ, ରିକ୍ସା, ଟ୍ୟାକ୍ସି, କ୍ୟାବ, ଫାଷ୍ଟ ସର୍ଭିସ ଭଳି ସାଧାରଣ ପରିବହନରେ ସାମାଜିକ ଦ୍ୱରତ୍ୱ ରକ୍ଷା କରି ଯାତ୍ରା କରିବେ ଯାତ୍ରୀ ।

କାହା ଉପରେ ଲାଗୁ ରହିଛି କଟକଣା ?

  • ବିଦ୍ୟାଳୟ, କଲେଜ, କୋଚିଂ ପ୍ରତିଷ୍ଠାନ ବନ୍ଦ ରହିବ
  • ସମସ୍ତ ପ୍ରକାର ରାଜନନୈତିକ, ସାମାଜିକ, ସାଂସ୍କୃତିକ, କ୍ରୀଡା ସମ୍ବନ୍ଧୀୟ ସମାବେଶ ଉପରେ ପ୍ରତିବନ୍ଧକ ବଳବତ୍ତର ରହିଛି
  • ଷ୍ଟାଡିୟମ୍, ସ୍ପୋର୍ଟସ୍ କମ୍ପ୍ଲେକ୍ସ ଏବଂ ସୁଇମିଂ ପୁଲ୍ ବନ୍ଦ ରହିବ, ହେଲେଜ୍ଝ ଜାତୀୟ ଏବଂ ଆନ୍ତର୍ଜାତୀୟ କ୍ରୀଡା ସହିତ ଜଡିତ ଖେଳାଳିମାନେ ସେଠାକୁ ଯାଇପାରିବେ
  • ସିନେମା, ପ୍ରେକ୍ଷାଳୟ, ମଲ୍ଟିପ୍ଲେକ୍ସ, ମନୋରଞ୍ଜନ ପାର୍କୱାଟର ପାର୍କ, ଭୋଜି ହଲ୍, ଅଡିଟୋରିୟମ୍ ବନ୍ଦ ରହିବ
  • ସ୍ପା, ଜିମ୍ ମଧ୍ୟ ଏବେ ଖୋଲିବ ନାହିଁ

Other Stories