ଓଡ଼ିଶା ପରେ ଏସବୁ ରାଜ୍ୟରେ ବଢିଲା ଲକ୍‌ଡାଉନ ଅବଧି

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀଙ୍କ ୨୧ ଦିନିଆ ଲକ୍‌ଡାଉନ୍‌ ଅବଧି ଏପ୍ରିଲ ୧୪ ତାରିଖ ଅର୍ଥାତ ଆଜି ଶେଷ ହେଉଛି। ହେଲେ ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଲକ୍‌ଡାଉନ ଅବଧି ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ନବୀନଙ୍କ ଏପରି ପଦକ୍ଷେପକୁ ଅନ୍ୟରାଜ୍ୟମାନେ ମଧ୍ୟ ଆପଣେଇଛନ୍ତି।

ଆଜି ସକାଳ ୧୦ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଲକ୍‌ଡାଉନକୁ ନେଇ କିଛି ବଡ ଘୋଷଣା କରିପାରନ୍ତି।  ହେଲେ ତା‘ ପୂର୍ବରୁ କରୋନା ସଂକ୍ରମଣ ରୋକିବାକୁ ଅନ୍ୟରାଜ୍ୟମାନ ନିଜ ଆଡୁ ଆଗୁଆ ଲକଡାଉନ୍ ଅବଧି ବଢ଼ାଇ ଦେଇଛନ୍ତି।  ।

ଆସନ୍ତା ୩୦ ତାରିଖ ଯାଏଁ ଲକଡାଉନ୍ ଅବଧି ବଢ଼ାଇଥିବା ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା।  ଏହାପରେ ପଞ୍ଜାବ, ମହାରାଷ୍ଟ୍ର, ରାଜସ୍ଥାନ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ତାମିଲନାଡୁ ସହ ମିଜୋରାମ, ଅରୁଣାଚଳ ପ୍ରଦେଶ, ପୁଡୁଚେରୀ ମଧ୍ୟ ଏପ୍ରିଲ ୩୦ ଯାଏ ଲକ୍ଡାଉନ୍ ବଢ଼ାଇଛନ୍ତି।

ଗତକାଲି ମେଘାଳୟ ସରକାର ଜରୁରୀ କ୍ୟାବିନେଟ୍ ବୈଠକ ଡାକି ସମାନ ନିଷ୍ପତ୍ତି ନେଇଛନ୍ତି। ସେହିଭଳି କର୍ଣ୍ଣାଟକରେ ଆଜିଠୁ ଆଉ ୧୫ ଦିନ ଯାଏ ଲକଡାଉନକୁ ବଢ଼ାଇ ଦେଇଛନ୍ତି ରାଜ୍ୟ ସରକାର।  କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ୨୧ଦିନିଆ ଲକଡାଉନ ଆଜି ଶେଷ ହେଉଥିବାବେଳେ ତା ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏସବୁ ରାଜ୍ୟମାନେ ଆଗୁଆ ଲକଡାଉନ ଅବଧି ବଢ଼ାଇ ଦେଇଛନ୍ତି।

You might also like