ଲକ୍‌ଡାଉନ; ଚଳଚଞ୍ଚଳ ରାସ୍ତା ଆଜି ଖାଁ ଖାଁ…

ନୂଆଦିଲ୍ଲୀ:ଆଜିଠୁ ଆସନ୍ତା ୨୧ ଦିନ ପାଇଁ ସାରା ଦେଶ ସଂପୂର୍ଣ୍ଣ ଲକ୍ ଡାଉନ୍।  ଦିଲ୍ଲୀରୁ ଚେନ୍ନାଇ…କୋଲକାତାରୁ ମୁମ୍ବାଇ…ସବୁ ବନ୍ଦ । ଚଳଚଞ୍ଚଳ ରାସ୍ତା ଖାଁ ଖାଁ। ଲକଡାଉନ ଯୋଗୁ ରାସ୍ତା ଘାଟ ବନ୍ଦ ରଖାଯାଇଛି । ବିମାନ ସେବା, ଟ୍ରେନ ଚଳାଚଳ, ବସ ସେବା ସବୁ ବନ୍ଦ ଛୋଟ ବଡ଼ ବ୍ୟବସାୟସ୍ଥଳୀ ଓ ତାସହ ଦୋକାନ ବଜାର ବି ବନ୍ଦ ରହିଛି।

କୋଲକାତାରେ ଲକ୍‌ଡାଉନ୍‌

ଲୋକେ ଯେପରି ଘରୁ ବାହାରିବେନି ସେ ନେଇ ଦେଶର ବିଭିନ୍ନ ସହରରେ କଡ଼ାକଡ଼ି ବ୍ୟବସ୍ଥା ହୋଇଛି। ରାସ୍ତାର ବିଭିନ୍ନ ଛକରେ ପୋଲିସ୍ ଫୋର୍ସ ପକ୍ଷରୁ ପାଟ୍ରୋଲିଂ ସହ ବ୍ୟାରିକେଟ କରାଯାଇ ରାସ୍ତା ବ୍ଲକ କରାଯାଇଛି।  ଯଦି, କେହି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଘରୁ ବାହାରୁଛନ୍ତି ସେମାନଙ୍କୁ ହିଁ କେବଳ ଯିବା ପାଇଁ ଅନୁମତି ମିଳୁଛି ।

କରୋନା ବିରୋଧରେ ଯୁଦ୍ଧ ଜିତିବାକୁ ଏହି ବଡ଼ ଘୋଷଣା ବୋଲି ଗତକାଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପ୍ରିଲ୍ ୧୪ ଯାଏ ପୁରା ଦେଶରେ କଡ଼ାକଡ଼ି ପାଳନ ହେବ ଲକ୍ ଡାଉନ୍।

You might also like