• translate
Rajalaxmi Sahoo

ଭୋପାଳ: କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ରୋକିବା ଲାଗି ମଧ୍ୟପ୍ରଦେଶର ସମସ୍ତ ସହରାଞ୍ଚଳରେ ୬୦ ଘଣ୍ଟା ପାଇଁ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ଯାଏ ଲକ୍‌ଡାଉନ୍‌ କଟକଣା ଲାଗୁ ହେବ।

ଯେଉଁସବୁ ସହର ଗୁଡ଼ିକରେ କରୋନା ମାମଲା ବୃଦ୍ଧି ପାଇଛି, ସେସବୁ ସ୍ଥାନରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ କହିଛନ୍ତି।

ନ୍ୟୁଜ୍‌ ଏଜେନ୍ସି ANIର ସୂଚନା ଅନୁସାରେ, ‘ମଧ୍ୟପ୍ରଦେଶର ଯେଉଁ ସବୁ ସହରରେ କରୋନା ମାମଲା ବୃଦ୍ଧି ପାଇଛି, ସେସବୁ ସ୍ଥାନରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ କହିଛନ୍ତି। କ୍ରାଇସିସ୍‌ ମ୍ୟାନେଜ୍‌ମେଣ୍ଟ୍‌ ଗ୍ରୁପ୍‌ ସହ ଏକ ମିଟିଙ୍ଗ ପରେ ଏହି ପଦକ୍ଷେପ ଗ୍ରହଣ କରାଯିବା ସହ ବଡ଼ ବଡ଼ ସହର ଗୁଡ଼ିକରେ କଣ୍ଟେନମେଣ୍ଟ୍‌ ଅଞ୍ଚଳ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ କହିଛନ୍ତି।

ସୂଚନାଥାଉ କି, ଏହା ପୂର୍ବରୁ ମଧ୍ୟପ୍ରଦେଶର ସମସ୍ତ ସହରାଞ୍ଚଳରେ କେବଳ ରବିବାର ଲକ୍‌ଡାଉନ୍‌ ନେଇ ଘୋଷଣା ହୋଇଥିଲା।

ସେହିପରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଟ୍ୱିଟ୍‌ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି, ‘କରୋନାର ସଙ୍କଟକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ବଜାୟ ରଖନ୍ତୁ, ସାନିଟାଇଜରରେ ହାତ ସାନିଟାଇଜ୍‌ କରନ୍ତୁ। ଫଳରେ ଆମେ ସଂକ୍ରମଣକୁ ରୋକି ପାରିବା।

ଇନ୍ଦୋର ଓ ଭୋପାଳରେ ଦୈନିକ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବୁଧବାର ଇନ୍ଦୋରରେ ୮୬୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଇନ୍ଦୋରରେ ଆକ୍ରାନ୍ତଙ୍କ ସଂଖ୍ୟା ୭୪,୮୯୫ରେ ପହଞ୍ଚିଛି। ସେହିପରି ଭୋପାଳରେ ୬୧୮ ଆକ୍ରାନ୍ତ ଚିହ୍ନଟ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫,୨୫୫ରେ ପହଞ୍ଚିଛି। ଇନ୍ଦୋରରେ ବର୍ତ୍ତମାନ ଆକ୍ଟିଭ୍‌ କେସ୍‌ ୬,୨୮୧ ଥିବାବେଳେ ଭୋପାଳରେ ୪,୬୮୧ ରହିଛି।

ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୨୬ ହଜାର ୭୮୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ମହାମାରୀ ୬୮୫ ଜଣଙ୍କର ଜୀବନ ନେଇଛି ।  ଗତ ୨୪ ଘଣ୍ଟାରେ ହୋଇଥିବା ୬୩୦ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୬୬,୮୬୨ରେ ପହଞ୍ଚିଛି ।

ଅନ୍ୟପକ୍ଷେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀ ସ୍ଥିତ ଏମ୍ସରେ କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଇଛନ୍ତି । ଟିକା ନେବା ବେଳର ଏକ ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମାର୍ଚ୍ଚ ୧ ତାରିଖରେ ପ୍ରଧାନମନ୍ତ୍ରୀ କରୋନା ଟିକା କୋଭାକ୍ସିନ୍‌ର ପ୍ରଥମ ଡୋଜ୍ ନେଇଥିଲେ।

Other Stories