ଗୋଟିଏ ଦିନରେ ପିଇଦେଲେ ୩୦୦ କୋଟିର ମଦ

ଲକ୍ଷ୍ନୌ: କରୋନାର ସ୍ଥିତିକୁ ନେଇ ସରକାର ତୃତୀୟ ପର୍ଯ୍ୟାୟ ଲକଡାଉନର ଜାରି କରିଛନ୍ତି। ଏହି ଲକ୍‌ଡାଉନ୍‌ର ଗାଇଡଲାଇନ୍‌କୁ ଟିକେ କୋହଳ କରାଯାଇଛି। ଗତକାଲି ସରକାର ମଦ ଦୋକାନଗୁଡିକ ଖୋଲିବାକୁ ଅନୁମତି ଦେଇଥିଲେ। ଏନେଇ ଲକ୍ଷ୍ନୌ ସହର ଲୋକମାନେ ସକାଳ ୭ଟାରୁ ହାତରେ ବ୍ୟାଗକୁ ଧରି ମଦ ଦୋକାନ ସାମ୍ନାରେ ଲମ୍ୱା ଲାଇନ୍‌ କରି ଛିଡା ହୋଇଥିଲେ। ଦୋକାନୀମାନେ ମଧ୍ୟ ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇଥିଲେ। ଦୋକାନର ସଟର ଖୋଲିବା ମାତ୍ରେ ଲୋକମାନେ ମଦ କିଣିବାକୁ ଗହଳି କରିଥିଲେ।

ଆଲିଗଡ, ମହାନଗର, ହାସଙ୍ଗଞ୍ଜ, ହଜ୍ରାଟଗଞ୍ଜ, ଠାକୁରଗଞ୍ଜ, କେସିଆରବାଗ, ଆଲାମବାଗ, ସୁଶାନ୍ତ ଗଲ୍ଫ ସିଟି, ପିଜି, କାକୋରୀ, ମୋହନଲାଲଗଞ୍ଜ, ଗୋମଟିନଗର ଏବଂ ଅନ୍ୟାନ୍ୟ ସ୍ଥାନରେ ସକାଳୁ ମଦ କିଣିବା ପାଇଁ ଲୋକମାନେ ଲମ୍ୱା ଲାଇନ୍‌ କରି ଛିଡା ହୋଇଥିଲେ। କରୋନା ଭାଇରସ ଯୋଗୁ ଲୋକମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବାକୁ ପୋଲିସକୁ ନାକେଦମ୍‌ ହେବାକୁ ପଡିଥିଲା। କେହି କେହି ଏହି ନିୟମକୁ ପାଳନ କରୁଥିଲାବେଳେ ଅନ୍ୟ କେତେଜଣ ଏହାକୁ ପାଳନ କରୁନଥିଲେ। ଏନେଇ କେତେକ ଜାଗାରେ ପୋଲିସ ଲାଠି ଚାର୍ଜ ମଧ୍ୟ କରିଥିଲା।

ମଦ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ୟୁପିରେ ସୋମବାର  ୩୦୦ କୋଟିରୁ ଅଧିକ ମଦ ବିକ୍ରି ହୋଇଛି। କେବଳ ଲକ୍ଷ୍ନୌରେ ୬କୋଟିରୁ ଅଧିକ ମୂଲ୍ୟର ମଦ ବିକ୍ରି କରାଯାଇଛି। ୟୁପି ଲିକର ସେଲଟର ୱେଲଫେୟାର ଆସୋସିଏସନର ସାଧାରଣ ସମ୍ପାଦକ କହ୍ନେୟା ଲାଲ ମୌର୍ଜାଙ୍କ କହିବା ଅନୁଯାୟୀ, ସୋମବାର ଦିନ ଗୌତମ ବୁଦ୍ଧନଗର, ମୁଜାଫରନଗର, ଗାଜିଆବାଦ, ମୋରାବାଦ, ବାରାଣାସୀ, ଗୋରଖପୁର, ଆଜମଗଡ, ପ୍ରୟାଗରାଜ ଭଳି ଜିଲ୍ଲାରେ ୫କୋଟିରୁ ଅଧିକ ଟଙ୍କାର ମଦ ବିକ୍ରି କରାଯାଇଛି।

୪୩ ଦିନ ପରେ ମଦ ଦୋକାନଗୁଡିକ ଖୋଲିବା ପରେ ଲୋକମାନେ ଅଧିକ ପରିମାଣର ମଦ କିଣି ଥିଲେ। ଫଳରେ ଅଧିକାଂଶ ଦୋକାନରେ ମଦ ସରିଯାଇଥିଲା । ସନ୍ଧ୍ୟା ୭ଟା ପୂର୍ବରୁ ମଦ ଦୋକାନଗୁଡିକ ବନ୍ଦ ହୋଇଯାଇଥିଲା। ଏହା ପରେ ଏକ୍ସାଇଜ୍ ବିଭାଗ ସୀମା ନିର୍ଦ୍ଧାରଣ କରିଥିବା ଜଣାପଡିଛି। ଜଣେ ବ୍ୟକ୍ତି ଗୋଟିଏ ଦିନରେ ୭୫୦ମିଲିର ମଦ ବୋତଲ ଦିଆଯିବ। ଦୁଇଟି ବୋତଲ ବିୟର କିମ୍ୱା ତିନୋଟି କ୍ୟାନ୍‌ ବିୟର ନେଇପାରିବେ।

 

 

You might also like