ମୁମ୍ବାଇରେ ବର ଓ ବରେଲୀରେ କନ୍ୟା, ରାୟପୁରରେ ଅନଲାଇନ ବିବାହ କରାଇଲେ ପଣ୍ଡିତ

ନୂଆଦିଲ୍ଲୀ: ମୁମ୍ବାଇରେ ବର ଓ ବରେଲୀରେ କନ୍ୟା, ରାୟପୁରରେ ଅନଲାଇନରେ ବିବାହ କରାଇଲେ ପଣ୍ଡିତ। ଲକଡାଉନ ବେଳେ ଏଭଳି କିଛି ବିବାହକୁ ନେଇ ଏବେ ଚର୍ଚ୍ଚା।

ସାରାଦେଶରେ ଏବେ ଲକଡାଉନ ଜାରି ରହିଛି। ଏହି ସମୟରେ ମୁମ୍ବାଇରେ ବର ଓ  ଉତ୍ତରପ୍ରଦେଶର ବରେଲୀରେ ଫସି ରହିଥିବା କନ୍ୟାଙ୍କ ବିବାହ ଛତିଶଗଡ ରାୟପୁରର ଜଣେ ପଣ୍ଡିତ କରାଇଛନ୍ତି। ବିବାହର ମେହେନ୍ଦି, ହଳଦୀ ସମେତ ଅନ୍ୟ କାର୍ଯ୍ୟକ୍ରମ ସବୁ ଅନଲାଇନରେ ନିଆରା ଅନ୍ଦାଜରେ ହୋଇଥିଲା। ବିବାହ ମଣ୍ଡପ ସାଜସଜ୍ଜା ହୋଇଥିଲା, ବାଜା ଓ ରୋଷଣୀ ମଧ୍ୟ ବାଜିଥିଲା। ହେଲେ ନା ଥିଲେ ବରଯାତ୍ରୀ ନା ଦେଖିବାକୁ ମିଳିଥିଲା ଲୋକଙ୍କ ଭିଡ଼। ଖାଲି ଏତିକି ନୁହେଁ ରାଜ୍ୟ ବାହାରେ ଓ ବିଦେଶରେ ଥିବା ସମ୍ପର୍କୀୟ ଅନଲାଇନରେ ନବ ଦମ୍ପତିଙ୍କୁ ଆଶୀର୍ବାଦ ମଧ୍ୟ ଦେଇଥିଲେ।

ସୂଚନା ଅନୁସାରେ, ଛତିଶଗଡର ରାୟପୁରରେ ରହୁଥିବା ଜଣେ ଯୁବକଙ୍କ ବିବାହ ୟୁପି ବରେଲୀର ଜଣେ ଯୁବତୀଙ୍କ ସହ ସ୍ଥିର ହୋଇଥିଲା। ଏପ୍ରିଲ ୧୯ରେ ଏମାନଙ୍କର ଡେଷ୍ଟିନେସନ ୱେଡିଙ୍ଗ ହେବାର ଥିଲା। ଏଥିପାଇଁ ଉତ୍ତରାଖଣ୍ଡର ଏକ ରିସର୍ଟ ମଧ୍ୟ ବୁକିଂ ହୋଇଥିଲା। ବିବାହର ସମସ୍ତ ପ୍ରସ୍ତୁତି ସରିଥିଲା। ହେଲେ କରୋନା ସବୁ କିଛି ବିଗାଡି ଦେଲା। ଫଳରେ ଅନଲାଇନ ମାଧ୍ୟମରେ ବିବାହ କରିବା ପାଇଁ ଉଭୟ ବର ଓ କନ୍ୟା ପକ୍ଷଙ୍କ ପରିବାର ଲୋକ ନିଷ୍ପତ୍ତି ନେଇଥିଲେ।

You might also like