୩୧ ମେ’ ପର୍ଯ୍ୟନ୍ତ ବଢିପାରେ ଲକ୍‌ଡାଉନ ୪.୦: କୋହଳ ହୋଇପାରେ ଏସବୁ କଟକଣା

ନୂଆଦିଲ୍ଲୀ:କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ସାରା ଦେଶରେ ଜାରି ହୋଇଥିବା ଲକ୍‌ଡାଉନ ୩.୦ରବିବାର ଶେଷ ହେବ। ଏତେ ଦିନର ଲକଡାଉନ ସତ୍ତ୍ୱେ କରୋନା ଭାଇରସକୁ ନିୟନ୍ତ୍ରଣ କରାଯାଇ ନାହିଁ। ବରଂ ଏହାର ସଂଖ୍ୟା ଆହୁରି ବଢିବାରେ ଲାଗିଛି। ଏପରି ପରିସ୍ଥିତିରେ ଲକ୍‌ଡାଉନ ଅବଧି ବଢିବା ନେଇ ସ୍ପଷ୍ଟ ଆଭାସ ମିଳୁଛି।

ତା ଛଡା ପ୍ରଧାନମନ୍ତ୍ରୀ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ ସମ୍ପର୍କରେ ସଙ୍କେତ ଦେଇ ସାରିଛନ୍ତି। ତେବେ ଯାହା ଅନୁମାନ କରାଯାଉଛି ଲକ୍‌ଡାଉନ ଅବଧି ୩୧ ମେ’ ପର୍ଯ୍ୟନ୍ତ ବଢିପାରେ। ତେବେ ୪ର୍ଥ ପର୍ଯ୍ୟାୟ ଏହି ଲକ୍‌ଡାଉନରେ କିଛିଟା ସୁବିଧା ମିଳିପାରେ ବୋଲି କୁହାଯାଉଛି। ତେବେ ଏ ନେଇ ଯେ କୌଣସି ସମୟରେ ଘୋଷଣା କରାଯାଇ ପାରେ।

ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ ୨୫ ମାର୍ଚ୍ଚରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ଘୋଷଣା କରାଯାଇଥିଲା। ପରେ ଏହାର ଅବଧି ବୃଦ୍ଧି କରାଯାଇ ମେ’ ୩କୁ ବଢାଇ ଦିଆଗଲା। ଲକ୍‌ଡାଉନ ୩.୦ରେ ଏହାକୁ ପୁଣି ମେ‘ ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଗଲା। ଏବେ ତୃତୀୟ ପର୍ଯ୍ୟାୟ ଲକ୍‌ ଡାଉନ ଚାଲିଛି।

ତେବେ ଲକ୍‌ଡାଉନ ୪.୦ରେ କ‘ଣ କ’ଣ ସୁବିଧା ମିଳିପାରେ ?

-ସର୍ତ୍ତମୂଳକ ଭାବେ ପବ୍ଲିକ ଟ୍ରାନ୍ସପୋର୍ଟକୁ ଅନୁମତି ମିଳିପାରେ

-ଅଟୋ ରିକ୍ସା ତଥା କ୍ୟାବକୁ ସର୍ତ୍ତ ଭିତ୍ତିରେ ଅନୁମତି ମିଳିବା ସମ୍ଭାବନା । ଅତିବେଶିରେ ସେମାନେ ୨ ଜଣ ଯାତ୍ରୀଙ୍କୁ ନେଇପାରିବେ।

-ରେଡ୍‌ ଜୋନରେ ମେଟ୍ରୋ ସର୍ଭିସ୍‌ ବନ୍ଦ ରହିପାରେ

-ରେଷ୍ଟୁରାଣ୍ଟ ଏବଂ ଶପିଂ ମଲକୁ ସର୍ତ୍ତମୂଳକ ଭାବେ ଖୋଲିବାକୁ ଅନୁମତି ଦିଆଯାଇ ପାରେ

-କଣ୍ଟେନମେଣ୍ଟ ଜୋନରେ ନିୟମକୁ ଆହୁରି କଟକଣା କରାଯାଇ ପାରେ। କେଉଁ ଜୋନରେ କେଉଁ କଟକଣା ଲାଗୁ କରାଯିବ ତାହାର ନିଷ୍ପତି ରାଜ୍ୟ ସରକାର ନେଇ ପାରନ୍ତି

-ଏବେ ରେଡ, ଅରେଞ୍ଜ ଏବଂ ଗ୍ରୀନ ଜୋନ ତାଲିକା କେନ୍ଦ୍ର ସରକାର କରୁଛନ୍ତି। ଏଥିରେ ମଧ୍ୟ ପରିବର୍ତ୍ତନ ଆଣିପାରନ୍ତି।
ତେବ ଶପିଂମଲର କିଛି ଦୋକାନ, ରେଷ୍ଟୁରାର୍ଟ ଖୋଲିବା ପାଇଁ ଯଦି ଅନୁମତି ମିଳିବ ତେବେ ସେଠାରେ ସୋଶାଲ ଡିଷ୍ଟାନ୍‌ସିଂ ପାଳନକୁ କଡାକଡି କରାଯିବ ବୋଲି କେନ୍ଦ୍ର ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

You might also like