ଆଜିଠୁ ଲକ୍‌ଡାଉନ୍‌ ୪.୦: ପୂର୍ବ କଟକଣାରେ ସାମାନ୍ୟ କୋହଳ, ରାଜ୍ୟକୁ ମିଳିଲା ଜୋନ୍ ଘୋଷଣାର ଅଧିକାର

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଲାଗୁ ହୋଇଛି। ମେ’ ୩୧ ଯାଏ ଏହା ବଳବତ୍ତର ରହିବ। ଗତକାଲି କେନ୍ଦ୍ର ସରକାର ଲକ୍‌ଡାଉନ୍ ଅବଧି ବୃଦ୍ଧି ନେଇ ଘୋଷଣା କରିବା ସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ୍ସ ମଧ୍ୟ ଜାରି କରାଯାଇଥିଲା।

ମାର୍ଚ୍ଚ ୨୫ରେ ଲାଗୁ ହୋଇଥିଲା ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌। ଗଲା ୫୪ ଦିନ ଧରି ଦେଶବ୍ୟାପି ଲକ୍‌ଡାଉନ୍‌ ଜାରି ରହିଛି। ଏହା ଭିତରେ ତିନି ତିନି ଥର ଲକ୍‌ଡାଉନ୍‌ ଅବଧିକୁ ବଢ଼ାଯାଇଛି। ‌ଏହାସହ କିଛି ନିୟମକୁ ସର୍ତ୍ତବାଳୀ ସହ କୋହଳ କରାଯାଇଛି। ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ମଧ୍ୟ କିଛି କ୍ଷେତ୍ରକୁ କୋହଳ କରାଯିବ ସହ କିଛି କ୍ଷେତ୍ରରେ ପୂର୍ବ ଭଳି ନିୟମ ଲାଗୁ ରହିବ।

ରେଡ୍, ଗ୍ରୀନ ଓ ଅରେଞ୍ଜ ଜୋନ୍ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ। କେଉଁ ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ବଫର୍ ଜୋନ୍ ଘୋଷଣା କରାଯିବ, ନିଷ୍ପତ୍ତି ନେବା ଲାଗି ଜିଲ୍ଲା ପ୍ରଶାସନକୁ ଅଧିକାର ଦିଆଯାଇଛି। ତେବେ ପୂର୍ବ ଭଳି ସନ୍ଧ୍ୟା ୭ରୁ ସକାଳ ୭ ଯାଏ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ।

ସେହିପରି ରାଜ୍ୟ ସରକାରଙ୍କ ସହମତି କ୍ରମେ ରାଜ୍ୟ-ରାଜ୍ୟ ମଧ୍ୟରେ ଯାତ୍ରୀବାହୀ ଗାଡ଼ି ଓ ବସ୍ ଚଳାଚଳ ହୋଇପାରିବ। ଏଥିସହ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ରାଜ୍ୟ ଭିତରେ  ଯାତ୍ରୀବାହୀ ଗାଡ଼ି ଓ ବସ୍ ଚଳାଚଳ ହୋଇପାରିବ।

ଆସନ୍ତୁ ଜାଣିବା ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ କ’ଣ ଖୋଲା ରହିବ ଓ କ’ଣ ବନ୍ଦ ରହିବ…..

You might also like