ଏମିତି ହୋଇପାରେ ଲକ୍‌ଡାଉନ୍‌ ୪.୦ର ରୂପରେଖ

ନୂଆଦିଲ୍ଲୀ: ମାର୍ଚ୍ଚ ୨୪ରୁ ଆରମ୍ଭ ହୋଇଥିବା କରୋନା ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟ ଅବଧି ରବିବାର ଶେଷ ହେଉଛି। ମେ ୧୮ ତାରିଖରୁ ଆରମ୍ଭ ହେବ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍। ତେବେ ଏଥିରେ କଣ ଖୋଲା ରହିବ ଓ କଣ ବନ୍ଦ ରହିବ, କାହାକୁ କେଉଁ ଅନୁମତି ମିଳିବ ସେ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ତେବେ ଲକ୍‌ଡାଉନ୍‌ ୪.୦ରେ କେତେକ କ୍ଷେତ୍ରରେ କୋହଳ କରାଯାଇପାରେ ବୋଲି ଶୁଣିବାକୁ ମିଳୁଛି।

ସୁଚନା ଅନୁସାରେ, ରବିବାର, ମାନେ ଆସନ୍ତାକାଲି ଲକ୍‌ଡାଉନ୍‌ ୪.୦ର ଘୋଷଣା କରାଯିବ। ଏହାର ଅବଧି ଆଉ ଦୁଇ ସପ୍ତାହ, ମାନେ ମେ ୩୧ ତାରିଖ ପର୍ଯ୍ୟନ୍ତ ରହିପାରେ ବୋଲି ଅନୁମାନ କରାଯାଉଛି।

ଏହି ଲକ୍‌ଡାଉନ୍‌ ଅବଧିରେ ଅଟୋ ରିକ୍ସା, ବସ୍‌ ଏବଂ କ୍ୟାବଗୁଡ଼ିକୁ ରେଡ୍ସ ଅରେଞ୍ଜ୍ ଓ ଗ୍ରୀନ୍‌ ଜୋନ୍‌ରେ ଚଳପ୍ରଚଳ କରିବାକୁ ଅନୁମତି ମିଳିପାରେ। ସେହିଭଳି ଇ-କମର୍ଶ କମ୍ପାନୀଗୁଡ଼ିକୁ କଣ୍ଟେନମେଣ୍ଟ ଜୋନ୍‌ ବ୍ୟତୀତ ଅନ୍ୟ ସ୍ଥାନଗୁଡ଼ିକରେ ସମସ୍ତ ସାମଗ୍ରୀ ଡେଲିଭରି ଦେବାକୁ ଅନୁମତି ମିଳିପାରେ ବୋଲି ଶୁଣିବାକୁ ମିଳୁଛି।

ଅପିସ୍‌ ଏବଂ କାରାଖାନାଗୁଡ଼ିକୁ ସମ୍ପୂର୍ଣ୍ଣ ଶ୍ରମିକରେ ଚଳାଇବା ପାଇଁ ଅନୁମତି ଦେଇପାରନ୍ତି ସରକାର। ଏନେଇ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ୫୦ ପ୍ରତିଶତ ଶ୍ରମିକଙ୍କୁ ନେଇ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ କମ୍ପାନୀ। ବର୍ତ୍ତମାନ ୩୩ ପ୍ରତିଶତ ଶ୍ରମିକଙ୍କୁ କାର୍ଯ୍ୟ କରିବାକୁ ଗୃହମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିଛି।

ତେବେ ଦ୍ୱିତୀୟ ପର୍ଯ୍ୟା ଲକ୍‌ଡାଉନରେ ମଧ୍ୟ ଦେଶର ଅନ୍ୟ କେତେକ ସ୍ଥାନକୁ ରେଡ୍‌ ଜୋନ୍ ଭାବେ ଚିହ୍ନଟ କରାଯାପାରେ ବୋଲି ଶୁଣିବାକୁ ମିଳୁଛି।

You might also like