୨୪ ଘଣ୍ଟାରେ ଆକ୍ରାନ୍ତ ହେଲେ ୧୧୫ ପୋଲିସ

ମୁମ୍ୱାଇ: ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୫ ପୋଲିସ୍ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏହା ସହ ମହାରାଷ୍ଟ୍ରର କରୋନା ପଜିଟିଭ ପୋଲିସ୍ ସଂଖ୍ୟା ୩୪୨ କୁ ବୃଦ୍ଧି ପାଇଛି।

ଦେଶର ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ ୫୪ ଜଣ ପୋଲିସ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହା ପୂର୍ବରୁ ଗତ ମାସରେ ୫୩ ଜଣ ସାମ୍ବାଦିକ କରୋନରେ ଆକ୍ରାନ୍ତ ଥିବା ଜଣାପଡିଥିଲା। ତେବେ ଏହି ସାମ୍ବାଦିକମାନଙ୍କ ମଧ୍ୟରୁ ୩୧ ଜଣ ସୁସ୍ଥ ହେବା ପରେ ନିଜ ଘରକୁ ଫେରିଛନ୍ତି।

ଅନ୍ୟପଟେ ସିଆରପିଏଫ୍ (CRPF) କର୍ମଚାରୀଙ୍କ ମଧ୍ୟରେ କରୋନା ଭାଇରସ ବ୍ୟାପିବାରେ ଲାଗିଛି। ସିଆରପିଏଫ୍ରେ କରୋନା ସଂକ୍ରମିତ କର୍ମଚାରୀଙ୍କ ସଂଖ୍ୟା ୧୨୨କୁ ବୃଦ୍ଧି ପାଇଛି। ୧୫୦ ସିଆରପିଏଫ୍ କର୍ମଚାରୀଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି।

ଗତ ସପ୍ତାହରେ, ଦିଲ୍ଲୀର ଆମ୍ବେଦକର ହସ୍ପିଟାଲର ୩୨ ଜଣ ସ୍ୱାସ୍ଥ୍ୟ କର୍ମୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏଥିରେ ଡାକ୍ତର ଓ ନର୍ସମାନେ ମଧ୍ୟ ସାମିଲ ଥିଲେ। ହଠାତ୍‌ କେମିତି ଏତେଜଣ ସ୍ୱାସ୍ଥ୍ୟ କର୍ମୀମାନେ କରୋନାରେ ଆକ୍ରାନ୍ତ ହେଲେ,  ଏନେଇ ପ୍ରଶ୍ନ ଉଠିଥିଲା। ପରେ ଜଣାପଡିଲା ଯେ ସେହି ମେଡିକାଲକୁ କିଛି ଦିନ ପୂର୍ବରୁ ଜଣେ କରୋନା ସଂକ୍ରମିତ ଗର୍ଭବତୀ ମହିଳା ଆସିଥିଲେ। ସେ ତାଙ୍କ ରୋଗକୁ ଲୁଚାଇଥିଲେ। କିଛିଦିନ ପରେ ମହିଳା ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା।

ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲେ ମଧ୍ୟ କରୋନା ଭାଇରସର ଗତି ବନ୍ଦ ହେବାର ନାଁ ନେଉନାହିଁ। ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୩୭୩୩୬ ରେ ପହଞ୍ଚିଛି ଏବଂ ୧,୨୧୮ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟଗୁଡିକ ବିଷୟରେ କହିବାକୁ ଗଲେ କରୋନା ସଂକ୍ରମିତ ହେଲେ ମହାରାଷ୍ଟ୍ର ଏକ ନମ୍ବରରେ ଥିବାବେଳେ ଗୁଜରାଟ ଦ୍ୱିତୀୟ ସ୍ଥାନରେ ରହିଛି।

 

 

You might also like