ନାଳ ପାର୍‌ ହେଉଥିଲେ ୪ ଶିଶୁ, ହଠାତ୍‌ ମାଡ଼ି ଆସିଲା ପାଣି…

ଚାମ୍ବା: ପାଣି ସୁଅରୁ ଉଦ୍ଧାର ହେଲେ ୪ ଶିଶୁ। ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାର ଭଟିୟାତ୍‌ ଅଞ୍ଚଳ ଦେଇ ଯାଇଥିବା ଏକ ନାଳରେ ହଠାତ୍‌ ପାଣି ମାଡ଼ି ଆସିବାରୁ ୪ଜଣ ଶିଶୁ ଫସି ଯାଇଥିଲେ। ପରେ  ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।

ସୂଚନା ଅନୁସାରେ, ବୁଧବାର ଦିନ ଭଟିୟାତ୍‌ ଅଞ୍ଚଳର ୪ଜଣ ଶିଶୁ କୁଡ୍ଡୀ ଗାଁରେ ଥିବା ସମ୍ପର୍କୀୟଙ୍କୁ ଭେଟିବା ପାଇଁ ବାହାରି ଥିବାବେଳେ ଏଭଳି କିଛି ଘଟଣା ଘଟିଥିଲା। ଭଟିୟାତ୍‌ ଅଞ୍ଚଳ ଦେଇ ଯାଇଥିବା ନାଳରେ କମ୍‌ ପାଣି ଥିବାରୁ ଏହାକୁ ପାର୍‌ କରି ଗାଁରେ ପହଞ୍ଚିବା ପାଇଁ ସେମାନେ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ସମସ୍ତେ ନାଳ ପାର୍‌ ହେଉଥିବା ବେଳେ ହଠାତ୍‌ ପ୍ରବଳ ବର୍ଷା ହୋଇଥିଲା। ଫଳରେ ନାଳରେ ଜଳସ୍ତର ବଢ଼ି ଯାଇଥିଲା ଓ ଶିଶୁମାନେ ନାଳ ମଝିରେ ଫସି ଯାଇଥିଲେ।

ସାହାଯ୍ୟ ପାଇଁ ଶିଶୁମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ରସି ସାହାଯ୍ୟରେ ଉଦ୍ଧାର କରିଥିଲେ।

ନାଳରେ ପାଣି ପ୍ରଖର ସ୍ରୋତରେ ଆସୁଥିଲେ ମଧ୍ୟ ଲୋକମାନେ ସମସ୍ତେ ଏକାଠି ହୋଇ ଚାରି ଶିଶୁଙ୍କୁ ଉଦ୍ଧାର କରିଥିଲେ।

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like