ଧରାପଡ଼ିଲା ପାକିସ୍ତାନର ଚକ୍ରାନ୍ତ! ଗୁପ୍ତଚର ସାଜିଥିଲା ପାରା

ନୂଆଦିଲ୍ଲୀ: ସୀମାରେ ପାକିସ୍ତାନର ପୁଣି ଏକ ହୀନ ଚକ୍ରାନ୍ତ। ଆନ୍ତର୍ଜାତିକ ସୀମା ନିକଟରେ ଧରାପଡିଛି ଆଉ ଏକ ଚାଲ୍। ଜମ୍ମୁ ଓ କଶ୍ମୀର ଅଞ୍ଚଳରେ ଗୋଟିଏ ସନ୍ଦିଗ୍ଧ ପାରାକୁ ଧରିଛନ୍ତି ସ୍ଥାନୀୟ ଲୋକେ। ତାର ପାରିପାର୍ଶ୍ୱିକ ସ୍ଥିତିରୁ ଯାହା ଜଣାପଡୁଛି, ପାକିସ୍ତାନ୍ ମେସେଜ କୋଡ୍ ମାଧ୍ୟମରେ କିଛି ବଡ଼ ଧରଣର ଅଘଟଣ ଘଟାଇବାକୁ ଯୋଜନା କରିଥିଲା।

ସୂଚନା ଅନୁସାରେ, ଆଜି ଜମ୍ମୁ ଓ କାଶ୍ମୀର କଠୁଆ ଅଂଚଳରେ ସ୍ଥାନୀୟ ଲୋକମାନେ ଏହି ପାରାକୁ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ପାରାର ଗୋଡରେ ଏକ ରିଙ୍ଗ ଲାଗିଛି। ଏଥିରେ କିଛି ନମ୍ବର ରହିଛି।  ଏହି ପାରାଟି ପାକିସ୍ତାନରୁ ଆସିଥିବା ସନ୍ଦେହ କରାଯାଉଛି।

ପାରା ଗୁପ୍ତଚର ବୃତ୍ତି କରୁଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାକୁ ନେଇ ତଦନ୍ତ ଚାଲିଥିବା କଠୁଆ ଏସଏସପି ଶୈଳେନ୍ଦ୍ର ମିଶ୍ର କହିଛନ୍ତି।

You might also like