ସୀମାରେ ପାକ୍‌ ସେନା ପକ୍ଷରୁ ଗୁଳି, ମୋର୍ଟାର ମାଡ଼, ହାଇ ଆଲର୍ଟ ଜାରି

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ସୀମାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବାପରେ ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି। ଭାରତୀୟ ଯବାନଙ୍କ ପ୍ରତି ଆକ୍ରମଣରେ ଅତି କମରେ ୭ଜଣ ପାକିସ୍ତାନୀ ସେନା  ନିହତ ହେବାପରେ ସୀମାନ୍ତରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

ପାକିସ୍ତାନ ପକ୍ଷରୁ ଲଗାତାର ଗୁଳିମାଡ ଜାରି ରହିଛି। ପାକ ସେନାପକ୍ଷରୁ ମୋର୍ଟାର ମାଡ କରିବା ସହ ତୋପ ବ୍ୟବହାର କରୁଛି। ପରିସ୍ଥିତିକୁ ଦେଖି ଭାରତୀୟ ସେନା ପକ୍ଷରୁ ସୀମାନ୍ତରେ ହାଇ ଆଲର୍ଟ ଜାରି କରାଯାଇଛି। ପାକିସ୍ତାନର ଗୁଳିମାଡରେ ଭାରତର ୩ ଜଣ ଯବାନଙ୍କ ସମେତ ଜଣେ ଅଧିକାରୀ ସହିଦ ହୋଇଛନ୍ତି।

ଶୁକ୍ରବାର ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଲଘଂନ କରିରୁଥିଲେ। ତେଣୁ ଭାରତ ପକ୍ଷରୁ ଏହାର ଜବାବ ଦିଆଯାଇଥିଲା । ଏ ନେଇ ଭାରତୀୟ ସେନା ପକ୍ଷରୁ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି। ସେତିକି ନୁହେଁ, ପାକ ସେନା ନୀରିହ ଲୋକଙ୍କୁ ଟାର୍ଗେଟ କରୁଥିବା ଭାରତୀୟ ସେନା ପକ୍ଷରୁ କୁହଯାଇଛି।

ସୂତ୍ରରୁ ଜଣାପଡିଛି,ସୀମାନ୍ତର ଦେୱାର, କେରନ, ଉରି, ନାଉଗାମ ଆଦି ଅଞ୍ଚଳରେ ପାକ ସେନା ଅସ୍ତ୍ରବିରତି ଉଲ୍ଲଘଂନ କରିବାକୁ ଚେଷ୍ଟା କରୁଥିଲେ।  ଭାରତୀୟ ସେନା ପ୍ରବଳ ପକ୍ଷରୁ ଗୁଳିମାଡ଼ ହୋଇଥିଲା। ରାତି ୧୧ ଟାରୁ ଏହି ଅପରେଶନ ଆରମ୍ଭ ହୋଇ ରାତି ୧ଟାରେ ଶେଷ ହୋଇଥିଲା।

 

 

You might also like