ବ୍ୟାଙ୍କ ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି; ସୁଧ ଉପରେ ଆଉ ଦେବାକୁ ପଡ଼ିବନି ସୁଧ

ନୂଆଦିଲ୍ଲୀ: ଋଣ ନେଇଥିବା ବ୍ୟାଙ୍କ ଗ୍ରାହକଙ୍କୁ ମିଳିଲା ବଡ଼ ଧରଣର ଆଶ୍ୱସ୍ତି । ଏଣିକି ସୁଧ ଉପରେ ଆଉ ସୁଧ ଦେବାକୁ ପଡ଼ିବ ନାହିଁ । ମୋରାଟୋରିୟମ୍ ଅବଧିରେ ୨ କୋଟି ଟଙ୍କାର ଋଣ ପରିଶୋଧ କରି ନ ଥିବା ଗ୍ରାହକଙ୍କୁ ଏହି ସୁବିଧା ମିଳିବ ।ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି କେନ୍ଦ୍ର ସରକାର।

ସମସ୍ତ ପ୍ରକାର MSME, ଶିକ୍ଷା ଋଣ, ଗୃହ ଋଣ, କ୍ରେଡିଟ କାର୍ଡ, ଗାଡ଼ି ଋଣ ପ୍ରତି ଏହା ଲାଗୁ ହେବ। କରୋନା ପାଇଁ ଲୋକଙ୍କ ଆର୍ଥିକ ସ୍ଥିତିକୁ ଦେଖି ଆଗରୁ କିସ୍ତି ସୁଝିବାର ସମୟ ୬ ମାସ ଘୁଞ୍ଚାଇ ଦିଆଯାଇଥିଲା । ଅର୍ଥାତ ୬ ମାସ ଯାଏ କିସ୍ତି ନ ଦେଲେ ମଧ୍ୟ ତା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ କି ତାକୁ NPA ଘୋଷଣା କରାଯିବ ନାହିଁ ।

କିନ୍ତୁ କିସ୍ତି ଘୁଞ୍ଚିଥିଲେ ମଧ୍ୟ ସୁଧ ଉପରେ ସୁଧ ପଡ଼ୁଥିଲା । ଏହା ଦ୍ୱାରା ଗ୍ରାହକଙ୍କୁ ପ୍ରକୃତରେ କିଛି ଫାଇଦା ମିଳୁନଥିଲା । ସେମାନଙ୍କ ଉପରେ ଅଧିକ ଆର୍ଥିକ ବୋଝ ପଡୁଥିଲା । ଚାରି ଆଡୁ ଦାବି ହେବା ପରେ ଓ ଏକ କମିଟି ସୁପାରିଶ କରିବା ପରେ ଶେଷରେ ସୁଧ ଉପରେ ସୁଧ ନ ନେବାକୁ ରାଜି ହୋଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ନିଜେ ଏହି ସୁଧର ଆର୍ଥିକ ବୋଝ ବୋହିବେ ।ଏଥିପାଇଁ ସଂସଦର ଅନୁମତି ଲୋଡ଼ାଯିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like