କରୋନା ଟେଷ୍ଟରେ ସହଯୋଗ କରୁନାହାନ୍ତି ମରକଜ୍ ନିଜାମୁଦ୍ଦିନ ଲୋକେ

ନୂଆଦିଲ୍ଲୀ: ଚିକିତ୍ସାରେ ସହଯୋଗ କରୁନାହନ୍ତି ମରକଜ୍ ନିଜାମୁଦ୍ଦିନ୍ ଲୋକେ। କରୋନା ଲକ୍ଷଣ ଦେଖାଦେବା ପରେ ମେଡିକାଲ୍‌ରେ ଭର୍ତ୍ତି ହେବା ହୋଇଥିଲେ। ଡାକ୍ତର ଯାଞ୍ଚ କରିବାରୁ ସେମାନେ ମନା କରୁଛନ୍ତି। ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ଲୋକନାୟକ ଜୟପ୍ରକାଶ ନାରାୟଣ LNJPN ହସ୍ପିଟାଲ୍ ଅଧ୍ୟକ୍ଷ।

ଏଲ୍‌ଏନ୍‌ଜେପି ହସ୍‌ପିଟାଲ୍‌ ନିର୍ଦ୍ଦେଶକ କିଶୋର ସିଂହଙ୍କ କହିବାନୁସାରେ, ଯେଉଁମାନେ ତବଲୀଗ ଜାମାତରୁ ଆସିଛନ୍ତି ସେମାନେ ଡାକ୍ତରଙ୍କୁ ଚିକିତ୍ସା ପାଇଁ ସହଯୋଗ କରୁନାହାନ୍ତି। ନାନା ଧମକ ଦେଉଛନ୍ତି। କରୋନା ଟେଷ୍ଟକୁ ବିରୋଧ କରୁଛନ୍ତି। ସେମାନଙ୍କ ଡାକ୍ତରଖାନାରେ ଆଡ୍‌ମିସନ୍‌ କରିବା କୌଣସି ଅବାଶ୍ୟକତା ନାହିଁ ବୋଲି କହିବା ସହିତ ମେଡିକାଲ୍ ଷ୍ଟାଫ୍‌ମାନଙ୍କୁ ହଇରାଣ କରୁଛନ୍ତି। ଏଣୁ ମେଡିକାଲ୍‌ କର୍ମଚାରୀଙ୍କ ଜୀବନକୁ ବିପଦ ଥିବାଯୋଗୁ ପୁଲିସ୍ କର୍ମଚାରୀ ନିୟୋଜିତ ହୋଇଛନ୍ତି ବୋଲି ଏଲ୍‌ଏନ୍‌ଜେପି ନିର୍ଦ୍ଦେଶକ କହିଛନ୍ତି।

ନିଜାମୁଦ୍ଦିନ୍‌ରୁ ଗତକାଲି ୧୮୮ ଜଣଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ମେଡିକାଲ୍ ଆଇସୋଲେସନ୍‌ରେ ସେମାନଙ୍କୁ ରଖାଯାଇଛି। ହେଲେ କରୋନା ଯାଞ୍ଚ ପାଇଁ ଡାକ୍ତରଙ୍କୁ ଅନୁମତି ଦେଉନଥିବା ସେ କହିଛନ୍ତି।

ଯାହା ଏବେ ବେଶ ଚିନ୍ତା ବଢ଼ାଇଛି। କାରଣ ଏହି ଲୋକଙ୍କ ପାଖରେ ଲକ୍ଷଣ ରହିଛି, ଯାଞ୍ଚ ନକରିବା ଯାଏ ତାଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯାଇପାରିବନି ବୋଲି ସେ କହିଛନ୍ତି। ଏନେଇ ଦିଲ୍ଲୀ ସରକାରଙ୍କୁ ଅବଗତ କରାଯାଇଛି।

You might also like