ଏହି ପ୍ରଜାତିର ପଶୁଙ୍କ ରକ୍ତରୁ ତିଆରି ହେବ କରୋନା ଭ୍ୟାକ୍ସିନ୍‌!

ବେଲଜିୟମ୍‌: ପଶୁଙ୍କଠୁ ମଣିଷକୁ କରୋନା ବ୍ୟାପୁଥିବା ବୋଲି ଚର୍ଚ୍ଚା ହେଉଥିବାବେଳେ ଏହି ଭାଇରସରୁ ରକ୍ଷା ପାଇବା ପାଇଁ ବୈଜ୍ଞାନିକମାନେ ପଶୁମାନଙ୍କ ଠାରେ ପରୀକ୍ଷା କରୁଛନ୍ତି। ବେଲଜିୟମର ଗବେଷକମାନେ ଦାବି କରିଛନ୍ତି ଯେ ଆମେରିକାରେ ଥିବା ଏକ ଓଟ ପ୍ରଜାତିର ପଶୁମାନଙ୍କ(ଲାମା) ରକ୍ତରୁ କରୋନା ଭାଇରସ ଭ୍ୟାକ୍ସିନ୍‌ (ଟୀକା) ତିଆରି ହୋଇପାରିବ।

‘ୱିଲାମସ୍ ଇନଷ୍ଟିଚ୍ୟୁଟ୍ ଫର ବାୟୋଟେକ୍ନୋଲୋଜିର’ର ଗବେଷକମାନେ ଦାବି କରିଛନ୍ତି ଯେ ଲାମାର ରକ୍ତରୁ କରୋନା ଭାଇରସଠୁ ରକ୍ଷା ମିଳିପାରବ। କାରଣ ଲାମାର ରକ୍ତରେ ଥିବା ଆଣ୍ଟି-ବଡିଗୁଡିକ କୋଭିଡ-୧୯ ଫ୍ୟାମିଲି ଭାଇରସ୍‌ (MERS and SARS) କ୍ଷେତ୍ରରେ ପ୍ରଭାବଶାଳୀ ପ୍ରମାଣିତ ହୋଇଥିଲା। ଗବେଷକମାନେ କହିଛନ୍ତି ଯେ ଲାମାର ଆଣ୍ଟିବଡି ମଣିଷର ଆଣ୍ଟିବଡି ଅପେକ୍ଷା ବହୁତ ଛୋଟ ଅଟେ।

ଛୋଟ ଆଣ୍ଟିବଡି ଥିବାରୁ ଭାଇରୋଲୋଜିଷ୍ଟମାନେ ରକ୍ତରେ ଥିବା ଛୋଟ ଅଣୁଗୁଡ଼ିକ ସାହାଯ୍ୟରେ କୋଭିଡ -୧୯ ବିପକ୍ଷରେ ଟୀକା କିମ୍ବା ଔଷଧ ତିଆରି କରିପାରିବେ। ବିଜ୍ଞାନର ଭାଷାରେ ଏହାକୁ ନାନୋବଡି ଟେକ୍ନୋଲୋଜି କୁହାଯାଏ।

ଦକ୍ଷିଣ କୋରିଆରେ କରାଯାଇଥିବା ଅନ୍ୟ ଏକ ଗବେଷଣାରୁ ଜଣାଯାଇଛି ଯେ କରୋନା ଭାଇରସର ଟୀକା ତିଆରି କରିବା ପାଇଁ ନେଉଳ ଭଳି ପ୍ରଜାତିର ମଧ୍ୟ ବ୍ୟବହାର କରାଯାଇପାରିବ।

ନେଉଳ ପ୍ରଜାତିର ପଶୁମାନଙ୍କ ଉପରେ କୋଭିଡ -୧୯ ର ପ୍ରଭାବ ମଣିଷ ଶରୀରେ ହେଉଥିବା ପ୍ରଭାବ ପରି ଦେଖାଯାଉଛି। ତେଣୁ କରୋନାର ଆଣ୍ଟି-ଭାଇରସ୍ ଔଷଧ ପ୍ରସ୍ତୁତ କରିବା ପାଇଁ ନେଉଳର ସାହାଯ୍ୟ ନିଆଯାଇପାରିବ।

ବର୍ତ୍ତମାନ ପର୍ଯ୍ୟନ୍ତ ୨୪ ଲକ୍ଷରୁ ଅଧିକ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ଦେଢ଼ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

ଏହି ଭାଇରସ ଯୋଗୁଁ ବର୍ତ୍ତମାନ ସୁଦ୍ଧା ଆମେରିକାରେ ପ୍ରାୟ ୪୦,୦୦୦ ଲୋକ ପ୍ରାଣ ହରାଇଛନ୍ତି। ଇଟାଲୀ, ସ୍ପେନ୍, ଫ୍ରାନ୍ସ ଏବଂ ବ୍ରିଟେନରେ ଲୋକମାନେ ସର୍ବାଧିକ ମୃତ୍ୟୁବରଣ କରିଛନ୍ତି।

ଭାରତରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବର୍ତ୍ତମାନ ୧୭,୦୦୦ ଅତିକ୍ରମ କରିଥିବାବେଳେ ୫୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

You might also like