‘ଆମ ପାଇଁ ସଂଗଠନ କେବଳ ନିର୍ବାଚନ ଜିତିବାର ଯନ୍ତ୍ର ନୁହେଁ, ବରଂ ସେବା’

ପ୍ରଧାନମନ୍ତ୍ରୀ: ଆମ ପାଇଁ ସଂଗଠନ କେବଳ ନିର୍ବାଚନ ଜିତିବାର ଯନ୍ତ୍ର ନୁହେଁ, ବରଂ ଆମ ପାଇଁ ସଂଗଠନର ଅର୍ଥ ହେଉଛି ସେବା। ସଂଗଠନର ଅର୍ଥ ସମସ୍ତଙ୍କ ସହ ଏବଂ ସମସ୍ତଙ୍କ ସୁଖ ସମୃଦ୍ଧି। ବିଜେପି ପକ୍ଷରୁ ଆଜି ଦେଶବ୍ୟାପୀ ଆୟୋଜିତ ହେଉଥିବା ‘ସେବା ହିଁ ସଂଗଠନ’ କାର୍ଯ୍ୟକ୍ରମରେ ଦଳୀୟ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏଭିଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ସବୁ ରାଜ୍ୟର ବିଜେପି ନେତୃବୃନ୍ଦ ଓ କର୍ମକର୍ତ୍ତା ସାମିଲ ହୋଇଥିଲେ। କୋଭିଡ୍ ବିପତ୍ତି ବେଳେ ବିଜେପି ରାଜ୍ୟ ସଂଗଠନ ଓ କର୍ମକର୍ତ୍ତାମାନେ କିଭଳି ସେବାକାର୍ଯ୍ୟ କରିଛନ୍ତି ତାର ଚିତ୍ର ରଖିଥିବା ବେଳେ ମୋଦି ଏହାର ସମୀକ୍ଷା କରିଥିଲେ। ଏହି କ୍ରମରେ ଓଡ଼ିଶା ବିଜେପି ସଂଗଠନ କୋଭିଡ୍ ବିପତ୍ତି ବେଳେ କରିଥିବା ଉଲ୍ଲେଖନୀୟ କାର୍ଯ୍ୟର ହିସାବ ରଖିଥିଲେ।

ମୋଦି କହିଥିଲେ, ଆମେମାନେ ରାଜନୀତିରେ କ୍ଷମତାକୁ ସେବାର ମାଧ୍ୟମ କରିଛୁ। ନିଃସ୍ୱାର୍ଥପର ସେବା ହିଁ ଆମର ସଂକଳ୍ପ ଓ ସଂସ୍କାର ରହିଛି। ଆମେମାନେ କେବି ବି କ୍ଷମତାକୁ ନିଜ ଲାଭର ମାଧ୍ୟମ କରିନାହୁଁ। ଆପଣମାନଙ୍କ ସେବା ପାଇଁ ଆଜି ଏ ଦଳର ସଦସ୍ୟ ଭାବେ ଗର୍ବ କରୁଛି ବୋଲି ମୋଦି କହିଛନ୍ତି।

ଏଥିସହିତ ଦଳ ସବୁ ବର୍ଗକୁ ନେଇ ଚାଲିଛି ବୋଲି ଦର୍ଶାଇ ମୋଦି କହିଥିଲେ, ଆମର ୫୨ ଦଳିତ, ୪୩ ଆଦିବାସୀ, ୧୧୩ ପଛୁଆ ବର୍ଗ ସାଂସଦ ଅଛନ୍ତି। ଆମ ଦଳ ସବୁ ବର୍ଗଙ୍କୁ ପ୍ରକୃତରେ ପ୍ରତିନିଧିତ୍ୱ କରୁଛି ବୋଲି ମୋଦି କହିଛନ୍ତି।

ସେପଟେ କରୋନା ବିପତ୍ତି ବେଳେ ବିଜେପି କର୍ମକର୍ତ୍ତାମାନେ ଯେଉଁ ସେବା କାର୍ଯ୍ୟ କରୁଛନ୍ତି, ତାର ଡିଜିଟାଲ ବୁକଲେଟ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନମନ୍ତ୍ରୀ। ଆସନ୍ତା ସେପେଟେମ୍ବର ୨୫ରେ ଦୀନ ଦୟାଲ ଉପାଧ୍ୟାୟଙ୍କ ଜନ୍ମବାର୍ଷିକୀ ଅବସରରେ ଏହି ବୁକ୍‌ଲେଟ୍‌ ଉନ୍ମୋଚନ କରିବାକୁ ଦଳୀୟ ନେତୃବୃନ୍ଦଙ୍କୁ କହିଛନ୍ତି ମୋଦି।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like