ଉପସାଗରୀୟ ଦେଶରୁ ଭାରତକୁ ଆସିବ ଅକ୍ସିଜେନ

ନୂଆଦିଲ୍ଲୀ: ଉପସାଗରୀୟ ଦେଶ ଗୁଡ଼ିକରୁ ଭାରତକୁ ଆସିବ ଲିକୁ୍ୟଇଡ୍ ମେଡ଼ିକାଲ୍ ଅକ୍ସିଜେନ। ଆବୁଧାବି, କୁଏତ, କତାର, ବାହରିନ, ସାଉଦିଆରବ, ଓମାନରୁ ଏହି ଲିକୁଇଡ୍ ମେଡିକାଲ ଅକ୍ସିଜେନ୍ ଭାରତକୁ ଆସିବ। ଇଣ୍ଡିଆନ ଅଏଲ ଏବଂ ଗେଲ୍ ଇଣ୍ଡିଆ ସହଯୋଗରେ ଏହି ଅକ୍ସିଜେନ୍ ଅଣାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏନେଇ ଭାରତକୁ ନିରନ୍ତର ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନର ଯୋଗାଣ ନେଇ ସଂପୃକ୍ତ ଦେଶ ଗୁଡ଼ିକରୁ ପ୍ରତିଶ୍ରୁତି ଦିଆଯାଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର ଭର୍ଚୁଆଲ୍ ମାଧ୍ୟମରେ ସାଉଦି ଆରବର ଉର୍ଜା ମନ୍ତ୍ରୀ, ୟୁଏଇର ଶିଳ୍ପ, ଟେକ୍ନୋଲୋଜି ଏବଂ ଆଦନୋକ ଗ୍ରୁପର ସିଇଓ, କତାରର ଉର୍ଜା ମନ୍ତ୍ରୀ ପ୍ରମୁଖଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ସମସ୍ତେ ଭାରତକୁ ଏହି ଅକ୍ସିଜେନର ବାଣିଜି୍ୟକ ଯୋଗାଣ ପାଇଁ ପ୍ରତିଶ୍ରୁତି ଦେଇଥିବା ଧର୍ମେନ୍ଦ୍ର ଟ୍ବିଟ୍ କରି ସୂଚନା ଦେଇଛନ୍ତିଆ ।

ଭାରତକୁ ଆଗାମୀ ୬ ମାସ ଯାଏଁ ଲିକୁଇଡ୍ ସାମଗ୍ରୀ ଆସିପାରୁଥିବା ଆଇଏସଓ କଣ୍ଟେନର୍ ଭାରତକୁ ଯୋଗାଇ ଦେବାକୁ ସହଯୋଗ କରାଯିବ ବୋଲି ସମସ୍ତେ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ଧର୍ମେନ୍ଦ୍ର ।

ଦେଶରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଛି । ଆଜି ବି ୪ର୍ଥ ଦିନରେ ଦେଶରେ ସଂକ୍ରମଣ ହାର ୪ ଲକ୍ଷ ପାର କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୪ ଲକ୍ଷ ୧ ହଜାର ୦୭୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ଦେଶରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ହଜାର ପାର କରିଛି । ଆଜି ଦେଶରେ ୪୧୮୭ ଜଣଙ୍କର ମୃତ୍ୟୁ ଘଟିଛି ଯାହା ବର୍ତ୍ତମାନ ସୁଦ୍ଧା ସର୍ବାଧିକ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି ।

You might also like