ପର୍ଯ୍ୟଟକଙ୍କୁ ଗୋଡ଼ାଇଲା ସିଂହ
ବେଙ୍ଗାଲୁରୁ: ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ଗୋଡ଼ାଇଲା ସିଂହ। କର୍ଣ୍ଣାଟକର ବେଲାରୀ ସ୍ଥିତ ଅଟଳ ବିହାରୀ ବାଜପେୟୀ ପ୍ରାଣୀ ଉଦ୍ୟାନରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ଏହି ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଥିବା ବେଳେ ଏବେ ଏହା ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଏକ ମିନିଟ୍ର ଏହି ଭିଡିଓରେ ଦେଖିବାକୁ ମିଳିଛି, ପର୍ଯ୍ୟଟକଙ୍କୁ ନେଇ ସଫାରୀ ଭିତରକୁ ଯାଇଥିବା ଗାଡ଼ିକୁ ୬ ବର୍ଷୀୟ ସିଂହ କେଶରୀ ଅତି ଭୟଙ୍କର ଭାବେ ଗୋଡ଼ାଉଛି। ଗାଡ଼ିଟି ଦ୍ରୁତ ଗତିରେ ସେଠାରୁ ପଳାଇ ଯିବା ପର୍ଯ୍ୟନ୍ତ ସିଂହଟି ଏହା ପଛରେ ଦୌଡ଼ୁଥିବା ନଜର ଆସିଛି। ଉକ୍ତ ଗାଡ଼ିରେ ବସିଥିବା ଜଣେ ପର୍ଯ୍ୟଟକ ଏହି ଭିଡିଓ ଉତ୍ତୋଳନ କରିଥିବା ଜଣାପଡ଼ିଛି।
ତେବେ ଏହି ଘଟଣାରେ କୌଣସି ପର୍ଯ୍ୟଟକ ମୃତାହତ ହୋଇ ନାହାନ୍ତି।
ଆହୁରି ପଢ଼ନ୍ତୁ
ଦେଖନ୍ତୁ ଏହି ଭିଡିଓ…..