କର୍ମଚାରୀଙ୍କୁ ବଡ଼ ଉପହାର ଦେଲା କମ୍ପାନୀ : ଆରାମ କରିବାକୁ ଏକ ସପ୍ତାହ ଛୁଟି

କର୍ମଚାରୀଙ୍କୁ ବହୁମୂଲ୍ୟ ଉପହାର ଦେଲା କମ୍ପାନୀ । ମାଇକ୍ରୋସପ୍ଟ ମାଲିକାନାରେ ଥିବା ସୋସିଆଲ ନେଟୱର୍କ  କମ୍ପାନୀ Linkedin ମହମାରୀ ପ୍ରାଦୁର୍ଭାବ ସମୟରେ କର୍ମଚାରୀଙ୍କୁ ଉପହାର ଦେବାପାଇଁ ନିଷ୍ପତ୍ତି ନେଇଛି । ପୁଣି ଥରେ କରୋନା ସଂକ୍ରମଣ ଉପରମୁହାଁ ଥିବାବେଳେ  ସାରା ବିଶ୍ୱରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ଏକ ସପ୍ତାହର ଛୁଟି ଦେବା ପାଇଁ ମନସ୍ଥ କରିଛି କମ୍ପାନୀ ।  ତେବେ କମ୍ପାନୀ ପ୍ରଦାନ କରୁଥିବା ଏହି ଛୁଟିରେ ରହିଲେ କୌଣସି ବି କର୍ମଚାରୀଙ୍କର ଦମରମା କଟିବ ନାହିଁ । ୫ ଏପ୍ରିଲ ଠାରୁ ଏହି ସୁବିଧା ପାଇପାରିବେ ସମସ୍ତ କମ୍ପାନୀ । କିଛି ଦିନ ଚାପମୁକ୍ତ ହୋଇ କର୍ମଚାରୀମାନେ କିପରି ନିଜ ସହ ସମୟ ଅତିବାହିତ କରିବେ, ସେଥିପାଇଁ ଏପରି ପଦକ୍ଷେପ ନେଇଛନି କମ୍ପାନୀ କର୍ତ୍ତୃପକ୍ଷ ।

Linkedin କମ୍ପାନୀରେ କାମ କରୁଥିବା ସମସ୍ତ କର୍ମଚାରୀ ୫ ଏପ୍ରିଲରୁ ପେଡ଼୍ ୱିକ ଅଫରେ ରହିବେ ।  କିଛି ଦିନ ପାଇଁ କର୍ମରୁ ବିରତି ମିଳିଲେ କର୍ମଚାରୀ ଚାପମୁକ୍ତ ରହିବେ । ନିଜ ସହ  ଓ ପରିବାର ସହ ସମୟ ବିତାଇ‍ ପାଇଁ ସମୟ ପାଇବେ । ପୁଣି ଥରେ କାମକୁ ଫେରିଲେ ଉର୍ଜାବାନ ଅନୁବ କରିବେ ବୋଲି ସିଏନଏନର ଏକ ରିପୋର୍ଟରୁ ତଥ୍ୟ ମିଳିଛି । କମ୍ପାନୀର ସମସ୍ତ ଫୁଲଟାଇମ କର୍ମଚାରୀଙ୍କୁ ଏହି ଛୁଟି ପ୍ରଦାନ କରାଯାଉଛି । ପାଖାପାଖି ୧୫,୯୦୦ ଲୋକ ଏହି ସୁବିଧା ପାଇପାରରିବ । ସମସ୍ତେ ଛୁଟିରେ ଥିବାବେଳେ କମ୍ପାନୀର ଏକ କୋର ଟିମ୍ କାମ ଜାରି ରଖିବ । ତେବେ ସମସ୍ତେ କାମକୁ ଫେରିବା ପରେ ସପ୍ତାହ ଯାଏଁ ଦାୟିତ୍ୱ ସମ୍ଭାଳିଥିବା ଏହି କର୍ମଚାରୀଙ୍କୁ ପରେ ପୁଣି ଛୁଟି ଦିଆଯିବ ।

ସିଏନଏନକୁ ଦେଇଥିବା ଏକ ସାକ୍ଷାତକାରରେ Linkedin ଚିଫ ପିପୁଲ ଅଫିସର କହିଛନ୍ତି, କର୍ମଚାରୀଙ୍କୁ କିଛି ମୂଲ୍ୟବାନ ଉପହାର ଦେବାକୁ ଚାହୁଁଥିଲା କମ୍ପାନୀ । ତେବେ ସମୟ ଠାରୁ ମୂଲ୍ୟବାନ ଆଉ କିଛି ନୁହେଁ । ବର୍ତ୍ତମାନର ବ୍ୟସ୍ତବହୁତ ତଥା ସଂଘର୍ସଷମୟ ଜୀବନରେ ସମୟ ହିଁ ଉପହାର ହେବେ ସହ ଉପଯୋଗୀ ହୋଇପାରିବ ।  ଏବଂ କର୍ମଚାରୀଙ୍କୁ ଏହି ଉପହାର ଖୁବ ପସନ୍ଦ ମଧ୍ୟ ଆସିବ ।

Linkedin କମ୍ପାନୀ ମହାମାରୀ ଆସିବା ପରଠାରୁ ଏକ ବର୍ଷ ଠାରୁ ଅଧିକ ସମୟ ହେବ ଭିନ୍ନ ସ୍ଥାନରେ କାମ କରୁଛି ।  ନିୟମିତ ବ୍ୟବଧାନରେ ନିଜ କର୍ମଚାରୀଙ୍କ ଭଲମନ୍ଦ ବୁଝିବାକୁ ସର୍ଭେ ମଧ୍ୟ କରାଯାଉଛି । ତେବେ ବର୍ତ୍ତମାନ କମ୍ପାନୀ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିରେ ସମସ୍ତ କର୍ମଚାରୀ ଖୁସି ହେବେ ବୋଲି ଆଶା କରାଯାଉଛି ।

 

You might also like