କରୋନା କବଳରୁ ମୁକୁଳି ପାରିବନି ବିଶ୍ୱ-WHO

ନୂଆଦିଲ୍ଲୀ:କରୋନା ଭୂତାଣୁରୁ ବିଶ୍ୱକୁ ମୁକ୍ତି ଦେବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ଗେବଷକମାନେ। କରୋନା ଭ୍ୟାକସିନ ତିଆରି ନେଇ  ପ୍ରତ୍ୟେକ ଦେଶ ଦାବି କରୁଛନ୍ତି। ତେବେ ଏପରି ଏକ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଙ୍କ ସୂଚନା ସମସ୍ତଙ୍କୁ ହତାଶ କରିଛି।  କାରଣ କରୋନା ଭୂତାଣୁ ବିଶ୍ୱରୁ କେବେ ଦୂର ହେବ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ମାଇକେଲ ରିଆନ କହିଛନ୍ତି ।

କରନା କବ୍‌ଜାରୁ ବିଶ୍ୱ ମୁକୁଳି ପାରିବ ନାହିଁ। ଆମକୁ ସବୁବେଳେ କରୋନା ସହ ବଞ୍ଚିବାକୁ ପଡ଼ିବ। ଏଚଆଇଭି ଭୂତାଣୁ ଯେପରି ଆମ ସହ ରହିଛି, କରୋନା ଭୂତାଣୁ ସେହିପରି ଆମ ସହ ରହିବ। ପ୍ରଥମେ ପ୍ରଥମେ ଏଚଆଇଭି ମଧ୍ୟ ଏହିପରି ଆତଙ୍କ ସୃଷ୍ଟି କରିଥିଲା। ଆସ୍ତେ ଆସ୍ତେ ପୃଥିବୀ ଏଚଆଇଭି ସହ ବଞ୍ଚିବା ଶିଖିଗଲା। ଏବେ ଚିକିତ୍ସା ଦ୍ୱାରା ଏଚଆଇଭି ଆକ୍ରାନ୍ତ ବ୍ୟକ୍ତିଙ୍କୁ  ବଞ୍ଚାଇ ପାରିବାରେ ସମର୍ଥ ହୋଇଛନ୍ତି ଡାକ୍ତରୀ ଟିମ୍‌।

ତେଣୁ ରିଆନଙ୍କ କହିଛନ୍ତି,  ଅନ୍ୟ ସଂକ୍ରମିତ ଭୂତାଣୁ ପରି ଏହି କରୋନା ଭୂତାଣୁ ରହିବ।  ଏହା କେବେ ଦୂର ହେବ ସେ ନେଇ କେହି କହିପାରିବେ ନାହିଁ । ଏଚଆଇଭି ପରି ଏହା ଅନ୍ୟ ଏକ ଭାଇରସ୍ । ଏଚଆଇଭି ଯେପରି ରହିଛି, କରୋନା ଭୂତାଣୁ ସେପରି ରହିବ ବୋଲି ସେ କହିଛନ୍ତି।  ଏଥିସହ ଲକଡାଉନ୍ କଟକଣା ପ୍ରତ୍ୟାହାର ହେଲେ କରୋନା ସଂକ୍ରମଣ ଦ୍ରୁତ ବୃଦ୍ଧି ପାଇବ ବୋଲି ସେ ଆଶଙ୍କା କରିଛନ୍ତି ।

 

ଆହୁରି ପଢ଼ନ୍ତୁ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

‘ମୋଦି-ଟ୍ରମ୍ପ୍‌ଙ୍କ ସମ୍ପର୍କ ଅତି ନିବିଡ଼’

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ପାକିସ୍ତାନରେ ତେଜୁଛି ବିରୋଧୀଙ୍କ ସ୍ୱର: କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା‌ ପୋଲିସ

ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୧୨ ମୃତ, ୧୨୦ ଆହତ

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଗ୍ୟାଙ୍ଗଷ୍ଟର ଟାଇଗରକୁ ମାରିଦେଲେ

You might also like