ମୋବାଇଲ୍‌ରେ‌ କରୁଥିଲେ ଭିଡିଓ ରେକର୍ଡିଂ, ହଠାତ୍‌ ମାରିଲା ବିଜୁଳି…

ନ୍ୟୁୟର୍କ: ବିଜୁଳି ମାରିବା ସମୟରେ ଅନେକ ଲୋକ ଡରି ଯାଆନ୍ତି। ବେଳେ ବେଳେ ଏହା ଏତେ ଜୋରରେ ଶବ୍ଦ କରିଥାଏ ଯେ, ଲୋକମାନେ ଏହି ଶବ୍ଦ ଶୁଣି ଭୟଭୀତ ହୋଇଯାଆନ୍ତି। ହେଲେ ଏହି ସମୟର ଦୃଶ୍ୟକୁ କ୍ୟାମେରାରେ କଏଦ କରିବା ପାଇଁ ସମସ୍ତେ ଚାହାଁନ୍ତି। ଏବେ ସୋସିଆଲ୍‌ ମିଡିଆରେ ଏମିତି ଏକ ଭିଡିଓ  ଭାଇରାଲ ହୋଇଛି, ଯେଉଁଥିରେ ବିଜୁଳି ମାରୁଥିବାର ଦୃଶ୍ୟକୁ କଏଦ କରାଯାଇଛି।

ନ୍ୟୁୟର୍କ ସ୍ଥିତ Statue of Libertyର ପଛ ପଟରେ ବିଜୁଳି ମାରୁଥିବାର ଏଭଳି ଦୃଶ୍ୟକୁ ମୋବାଇଲ୍‌ରେ କଏଦ କରାଯାଇଛି। ଜଣେ ବ୍ୟକ୍ତି ମୋବାଇଲ୍‌ରେ ଭିଡିଓ ରେକର୍ଡିଂ କରୁଥିବା ବେଳେ ହଠାତ୍‌ ବିଜୁଳି ମାରିଥିଲା, ଏହି ସମୟରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଏହି ଦୃଶ୍ୟକୁ ନିଜ ମୋବାଇଲ୍‌ କ୍ୟାମେରାରେ କଏଦ କରିଥିଲେ।

୨୧ ସେକେଣ୍ଡ୍‌ର ଏହି ଭିଡିଓକୁ ଜଣେ ୟୁଜର୍‌ ଟ୍ୱିଟର୍‌ରେ ଶେଆର୍‌ କରିଛନ୍ତି, ଯାହାକୁ ଲୋକମାନେ ବେଶ୍‌ ପସନ୍ଦ କରିଛନ୍ତି।

ଜୁଲାଇ ୨୩ରେ ଭିଡିଓଟି ପୋଷ୍ଟ୍‌ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ଦେଖି ସାରିଲେଣି।

You might also like