ଫିଲ୍ମ ଷ୍ଟାଇଲରେ ହେଟାବାଘ କବଳରୁ ଏମିତି ଖସିଗଲା କଲରାପତରିଆ

ନୂଆଦିଲ୍ଲୀ: ଜୀବନ ଓ ମୃତ୍ୟୁ ମଧ୍ୟରେ ଅଳ୍ପ କିଛି ସମୟର ଗ୍ୟାପ୍‌ ରହିଥାଏ। ଏହା ବାରମ୍ବାର ପ୍ରମାଣିତ ହୋଇଆସିଛି। ଯଦି ଆପଣ ଭାବୁଛନ୍ତି ଏମିତି ହେବା ଅସମ୍ଭବ, ତାହାଲେ ଆପଣ କଲରାପତରିଆ ବାଘର ଏହି ଭାଇରାଲ ଭିଡିଓ ଦେଖନ୍ତୁ।

କିଭଳି ଏକ କଲରାପତରିଆ ବାଘ ପଛରେ ପଡ଼ିଥିବା ଏକ ହେଟାବାଘ କବଳରୁ ନିଜକୁ ରକ୍ଷା ପାଇଁ କଲରାପତରିଆ ବୋକା ପାଲଟି ଯାଉଛି ଓ ଶେଷରେ ନିଜ ଜୀବନକୁ କେମିତି ବଞ୍ଚାଉଛି ତାହା ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି।

ଏକ ୯ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳିଛି, ହେଟାବାଘକୁ ସାମ୍ନାରେ ଦେଖି କଲରାପତରିଆ ବାଘଟି କେମିତି ଜୀବନ ବଞ୍ଚାଇବ ତାକୁ ନେଇ ଦ୍ୱଦ୍ୱରେ ପଡ଼ି ଯାଇଛି। ତେବେ ଏହି ସମୟରେ ଉପସ୍ଥିତ ବୁଦ୍ଧିର ପ୍ରୟୋଗ କରି ନିଜକୁ ବଞ୍ଚାଇବା ପାଇଁ କଲରାପତରିଆ ହଠାତ ଗଛ ଉପରକୁ ଡିଆଁ ମାରି ଚଢ଼ିଯିବାର ଦୃଶ୍ୟ  ଦେଖିବାକୁ ମିଳିଛି।

ବନ ବିଭାଗରେ କାର୍ଯ୍ୟ କରୁଥିବା ଜଣେ ଆଇଏଫ୍‌ଏସ୍‌ ଅଧିକାରୀ ସୁଶାନ୍ତ ନନ୍ଦ ଏହି ଭିଡିଓକୁ ଟ୍ୱିଟରରେ ଶେଆର କରିଛନ୍ତି। ସେ ଲେଖିଛନ୍ତି କଲରାପତରିଆ ବାଘ ଉପରେ କେବଳ ହେଟାବାଘ ଏବଂ ସିଂହ ବେଳେବେଳେ ଆକ୍ରମଣ କରିଥା’ନ୍ତି। କଲରାପତରିଆ ଲଢ଼େଇ ନ କରି ନିଜ ଜୀବନ ବଞ୍ଚାଇବାକୁ ଏଭଳି ଖସିଯାଇଥାଏ।

You might also like