ସହରରେ ବୁଲୁଛି ବାଘ: ଘରୁ ବାହାରୁ ନାହାନ୍ତି ଲୋକେ

ନାସିକ: ମହାରାଷ୍ଟ୍ର ନାସିକ୍ ସହରର ଇନ୍ଦିରା ନଗରରେ କଳରାପତିଆ ବାଘ ଆତଙ୍କ। ଜଣେ ବ୍ୟକ୍ତି ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ଏକ କଲରାପତିଆ ବାଘ ତାଙ୍କୁ ଆକ୍ରମଣ କରିଛି। ଘଟଣାର ପୂରା ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି। ମାତ୍ର କେଇ ସେକେଣ୍ଡ ଭିତରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା।

ରାସ୍ତାରେ ଚାଲିକି ଯାଉଥିବା ଏହି ବ୍ୟକ୍ତି ଜଣଙ୍କ କିଛି ବୁଝିବା ପୂର୍ବରୁ ହଠାତ୍ କଲୋନୀର ଡାହାଣ ପଟ ପାଚେରୀ କଡରୁ ଦୌଡି ଆସି ତାଙ୍କ ତାପରେ ଝପଟି ପଡ଼ିଥିଲା। ଇନ୍ଦିରା ନଗର ଏକ ରେସିଡେନ୍ସିଆଲ ଏରିଆ ହୋଇଥିବାରୁ ବାଘ ଆତଙ୍କ ଯୋଗୁ ଲୋକେ ନିଜ ନିଜ ଘରୁ ଆଉ ବାହାରୁନାହାନ୍ତି।

ସେପଟେ ବାଘଟି ଆଉ ଜଣଙ୍କୁ ବି ଆକ୍ରମଣ କରିଥିବା ଜଣାପଡ଼ିଛି। ବାଘ ଆକ୍ରମଣରେ ବ୍ୟକ୍ତି ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ତେବେ ବାଘର ପଦଚିହ୍ନ ଜଙ୍ଗଲ ଆଡ଼କୁ ଯାଇଥିବାବେଳେ ବନବିଭାଗ କର୍ମଚାରୀ ତାକୁ ଧରିବାକୁ ଚେଷ୍ଟା ଜାରି ରଖିଥିବା ବନବିଭାଗ ଅଧିକାରୀ କହିଛନ୍ତି।

You might also like