ମହାନ ଚିତ୍ରଶିଳ୍ପୀ ତଥା ଆବିଷ୍କାରକ ଲିଓନାଡୋ ଦା ଭିନନ୍ସିିଙ୍କର ଆଜି ଜନ୍ମ ତିଥୀ

ନିଜକୁ ମାନବତାର ଦୋଷୀ କହି ଜୀବନ ହାରିଥିଲେ। କଳାଜଗତକୁ ସର୍ବୋତ୍କୃଷ୍ଟ ଉପହାର ଦେଇଥିବା ମହାନ୍ ଚିତ୍ରକର ଇଟାଲୀର ମହାନ ଚିତ୍ରଶିଳ୍ପୀ ତଥା ଆବିଷ୍କାରକ ଲିଓନାଡୋ ଦା ଭିନନ୍ସିି । ବଡ଼ ଅବଶୋସ ନେଇ ସେ ଜୀବନ ହାରିଥିଲେ । ବିଶ୍ୱକୁ ସର୍ବଶ୍ରେଷ୍ଠ କୃତ୍ତି ପ୍ରଦାନ କରି ପାରିନଥିବାରୁ ମାନବତା ପାଇଁ ସେ ନିଜକୁ ଦୋଷୀ ବୋଲି କହିଥିଲେ । ଦୁନିଆର ସର୍ବଶ୍ରେଷ୍ଠ ଚିତ୍ରଶିଳ୍ପୀ କୁହାଯାଉଥିବା ଲିୟୋନାଡୋ ଦା ବିଂଚି ବିଶ୍ୱକୁ ଅନନ୍ୟ କୃତ୍ତି ପ୍ରଦାନ କରିଛନ୍ତି । ଆଜି ତଥା ମେ ୨ରେ ତାଙ୍କର ପୂଣ୍ୟତିଥୀ । ଏକାଧାରରେ ଥିଲେ ଜଣେ, ଚିତ୍ରଶିଳ୍ପୀ, ମୂର୍ତ୍ତିକାର ଏବଂ ଆବିଷ୍କାରକ । ତାଙ୍କର ଚିତ୍ରକୁ ନକଲ କରିବା ପାଇଁ ଲୋକେ ପାଗଳ ହୋଇ ଯାଉଥିଲେ । କିନ୍ତୁ କୁହାଯାଏ ମୃତ୍ୟୁ ବେଳେ ସେ ଶାନ୍ତିରେ ମରିପାରିନଥିଲେ ।

ମୋନାଲିସା ଚିତ୍ର କଳାଜଗତକୁ ଲିଓନାଡୋ ଦା ଭିନନ୍ସିଙ୍କ ଏକ ସର୍ବୋତ୍କୃଷ୍ଟ ଉପହାର । ବିଶ୍ୱର ଯେତେ କଳାକୃତି ଅଛି, ସେଥିମଧ୍ୟରୁ ଏହାକୁ ଦୁର୍ଲଭ ପେଣ୍ଟିଂ କୁହାଯାଏ । ପ୍ୟାରିସର ଏକ ସଂଗ୍ରହାର୍ଳରେ ରଖାଯାଇଥିବା ଏହି ପେଣ୍ଟିଂକୁ ଦେଖିବାକୁ ନିୟମିତ ହଜାର ହଜାର ଲୋକ ଛୁଟି ଆସନ୍ତି । ୬ ଶହ ବର୍ଷ ପରେ ବି ଏହି ପେଣ୍ଟିଂରେ ମଳିନତା ପଡ଼ିନାହିଁ । ମୋନାଲିସାର ହସ ବର୍ଷ ବର୍ଷ ଧରି ରହସ୍ୟ ଘେରରେ ରହିଛି । ଜଣେ ଚିତ୍ରକାର ତଥା ଜଣେ ମୂର୍ତ୍ତିକାର ବ୍ୟତୀତ ସମସାମୟିକ ଜଣେ ବୌଜ୍ଞାନିକ ଭାବେ ସେ ଜଣାଶୁଣା ଥିଲେ ।ତାଙ୍କ ଜମାନାରେ ଉଡ଼ୁଥିବା ମେସିନ୍ ଓ ଅନେକ ଏପରି ଜିନିଷର କଳ୍ପନା କରି ସେ ଚିତ୍ର ଆଙ୍କୁଥିଲେ, ଯାହା କାହା ମୁଣ୍ଡରେ ପଶୁନଥିଲା । ସେ ଅନେକ ଅନୁସନ୍ଧାନ ମଧ୍ୟ କରିଥିଲେ ।

ବାସ୍ତୁକଳା, ସିଭିଲ ଇଞ୍ଜିନିୟରିଂ, ଜୀବବିଜ୍ଞାନ ଆଦି ସମ୍ପର୍କରେ କରିଥିବା ଆବିଷ୍କାର କେବେ ପ୍ରକାଶିତ କରିନାହାନ୍ତି । ଶରୀର ବିଜ୍ଞାନ ଉପରେ ଥିଲା ତାଙ୍କର ଗଭୀର ଜ୍ଞାନ । ହସ୍ପିଟାଲରେ ଥିବା ମୃତଦେହ ଜରିଆରେ ଶରୀରର ସଂରଚନାର ଅଧ୍ୟୟନ କରିଥିଲେ ଏବଂ ୨୪୦ ଚିତ୍ର ଆଙ୍କିଥିଲେ । ୧୫୧୯ ମେ ୨ରେ ଫ୍ରାନ୍ସରେ ତାଙ୍କର ଦେହାନ୍ତ ହୋଇଥିଲା । ଲାଇଫ୍ ଫ୍ରମ ବିଗନିଂ ଅନୁସାରେ, ତାଙ୍କର ଅନ୍ତିମ ଶବ୍ଦ ଥିଲା, ମୁଁ ଇଶ୍ୱର ଓ ସମସ୍ତ ମାନବ ଜାତି ପାଇଁ ଦୋଷୀ । ଯେଉଁ ସ୍ତର ପର୍ଯ୍ୟନ୍ତ ମୁଁ କାମର ଉତ୍କୃଷ୍ଟତା ପ୍ରତିପାଦିତ କରିପାରି ଥାଆନ୍ତି, ସେତକ କରିପାରିଲି ନାହିଁ । ଏହାହିଁ ଥିଲା ତାଙ୍କର ଶେଷ ବାର୍ତ୍ତା।

You might also like