ସାମ୍ନାକୁ ଆସିଲା ବଡ଼ ଖୁଲାସା: ଧାରା ୩୭୭ ବିରୋଧରେ ଲଢ଼ୁଥିବା ଓକିଲ ମହିଳା ଦମ୍ପତି

ନୂଆଦିଲ୍ଲୀ: ଆଇପିସି ଧାରା ୩୭୭କୁ ନେଇ ଗତବର୍ଷ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଶୁଣାଇଥିଲେ। ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ। ସମଲିଙ୍ଗୀମାନଙ୍କର ବି ସମ୍ମାନର ସହ ବଞ୍ଚିବାର ଅଧିକାର ଅଛି ବୋଲି ସୁପ୍ରିମକୋର୍ଟ କହିଥିଲେ।

ଆଇପିସି ଧାରା ୩୭୭କୁ ଉଚ୍ଛେଦ ନେଇ ୨ଜଣ ଭାରତୀୟ ମହିଳା ଓକିଲ ବହୁତ ସଂଘର୍ଷ କରିଥିଲେ। ସେତେବେଳେ ଏହି ଦୁଇ ମହିଳା ଓକିଲଙ୍କୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଏବେ ଏଇ ପ୍ରସଙ୍ଗକୁ ନେଇ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି ଯାହା ପୁଣି ଥରେ ଏହି ଦୁଇ ଓକିଲଙ୍କୁ ଚର୍ଚ୍ଚିତ କରିଛି।

କ’ଣ ସେଇ ରୋଚକ ତଥ୍ୟ !

ମେନକା ଗୁରୁସ୍ୱାମୀ ଓ ଅରୁନ୍ଧତୀ କାଟ୍‌ଜୁ ସଫଳ ଓକିଲ ଭାବେ ବେଶ୍‌ ଜଣାଶୁଣା। ମେନକା ହାୱଡା ସ୍କୁଲରୁ ଏଲ୍‌ଏଲ୍‌ଏମ୍‌ ଓ ଅକ୍ସଫୋର୍ଡ ୟୁନିଭରସିଟିରୁ ଡିଫିଲ୍‌ କରିଛନ୍ତି। ସେ ବର୍ଲିନ ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଡ୍‌ଭାନ୍ସଡ୍‌ ଷ୍ଟଡିଜ୍‌ରେ ଫେଲୋ ଭାବେ କାର୍ଯ୍ୟ କରିଥିଲେ। ଖାଲି ଏତିକି ନୁହେଁ କଲମ୍ବିଆ ଲ’ ସ୍କୁଲ, ୟୁନିଭରସିଟି ଅଫ୍‌ ଲ’ କଲେଜ ଭଳି ବିଶ୍ୱ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନରେ ଭିଜିଟିଙ୍ଗ୍‌ ଫ୍ୟାକ୍‌ଲଟି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେହିପରି ଅରୁନ୍ଧତୀ କଲମ୍ବିଆ ୟଭୁନିଭରସିଟିରୁ ଏଲ୍‌ଏଲ୍‌ଏମ୍‌ରେ ଡିଗ୍ରୀ ହାସଲ କରିଛନ୍ତି।

ଆଇପିସି ଧାରା ୩୭୭କୁ ଉଚ୍ଛେଦ ପଛରେ ଏମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ।

ଯେତେବେଳେ ସୁପ୍ରିମକୋର୍ଟ ଧାରା ୩୭୭ ଉଚ୍ଛେଦ ନେଇ ସୁପ୍ରିମକୋର୍ଟ ଐତିହାସିକ ରାୟ ଶୁଣାଇଥିଲେ ସେତେବେଳେ ସେମାନେ ବହୁତ ଖୁସି ଥିଲେ ଏବଂ ଏହି ଖୁସିର ମୁହୂର୍ତ୍ତକୁ ଉଭୟ ମିଶିକି ସେଲେବ୍ରିସନ୍‌ ମଧ୍ୟ କରିଥିଲେ ବୋଲି କହିଛନ୍ତି।

ଏବେ ଅର୍ଥାତ୍‌ ଧାରା ୩୭୭କୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଆସିବାର ପାଖାପାଖି ବର୍ଷକ ପରେ ଉଭୟ ସେମାନଙ୍କର ସମ୍ପର୍କକୁ ନେଇ ଖୁଲାସା କରିଛନ୍ତି। ଉଭୟଙ୍କ ମଧ୍ୟରେ ସମଲିଙ୍ଗୀ ସମ୍ପର୍କ ରହିଛି ଏବଂ ସେମାନେ ଦମ୍ପତି ବୋଲି ସ୍ୱୀକାର କରିଛନ୍ତି।

ଗୁରୁସ୍ୱାମୀ କହିଛନ୍ତି, ‘ସେମାନଙ୍କର ସଂଘର୍ଷ ସେତେବେଳେ ଆରମ୍ଭ ହୋଇଥିଲା, ଯେତେବେଳେ ୨୦୧୩ ମସିହାରେ ସୁପ୍ରିମକୋର୍ଟ ୧୫୭ ବର୍ଷର ପୁରୁଣା ଔପନିବେଶିକ ଯୁଗର ଏହି ଆଇନ୍‌ ଧାରା ୩୭୭କୁ ସ୍ଥଗିତ ରଖିଥିଲେ।’

ସେ ଆହୁରି କହିଛନ୍ତି, ‘୨୦୧୩ ମସିହାରେ ସୁପ୍ରିମ୍‌କୋର୍ଟଙ୍କ ଏହି ରାୟ ବ୍ୟକ୍ତିଗତ ଭାବରେ ଏବଂ ଓକିଲ ଭାବରେ ତାଙ୍କର ଏକ କ୍ଷତି ଥିଲା।’

ଯାହା ବି ହେଉ, ତାଙ୍କର ଏହି ସମ୍ପର୍କ ବିଷୟରେ ଜାଣିବା ପରେ ଟ୍ୱିଟର ୟୁଜର୍ସ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅରୁନ୍ଧତୀ #SareeTwitter ଟ୍ରେଣ୍ଡକୁ ଫଲୋ କରିବା ଅବସରରେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ତାଙ୍କ ପାର୍ଟନର ମେନକାଙ୍କ ସହ ଛିଡ଼ା ହୋଇଥିବା ଏକ ଫଟୋ ପୋଷ୍ଟ କରିଛନ୍ତି।

You might also like